Below header

ଖଣ୍ଡାଧରି ମୁହଁରେ ମାସ୍କ ପିନ୍ଧି ଆସିଲେ, ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ

ମୁଖ୍ୟ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ କଲେ ଆକ୍ରମଣ । ବଲାଙ୍ଗୀର ସହର ଟାଉନ ଥାନା ରେଡ଼ିଓ ଷ୍ଟେସନ ସମ୍ନାରେ ଘଟିଛି ଏହି ଅଘଟଣ । କିଛି ଦୁର୍ବୃତ୍ତ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ।

ବଲାଙ୍ଗୀର : ମୁଖ୍ୟ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ କଲେ ଆକ୍ରମଣ । ବଲାଙ୍ଗୀର ସହର ଟାଉନ ଥାନା ରେଡ଼ିଓ ଷ୍ଟେସନ ସମ୍ନାରେ ଘଟିଛି ଏହି ଅଘଟଣ । କିଛି ଦୁର୍ବୃତ୍ତ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଖଣ୍ଡାଧରି ମୁହଁରେ ମାସ୍କ ପିନ୍ଧା ଯୁବକମାନେ ଯୁବକଙ୍କୁ ହାଣିଥିବା ବେଳେ ଯୁବକ ଗୁରୁତର ହୋଇଛନ୍ତି ।

ଯୁବକଙ୍କ ନାମ ରାଜା ଭାଟି । ଗୁରୁତର ରାଜାଙ୍କୁ ଚିକିତ୍ସା ପାଇଁ ଵଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ତେବେ ଗଣ୍ଡଗୋଳର କାରଣ ଜଣାପଡ଼ିନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.