ଶ୍ରୀନଗର: ଆତଙ୍କବାଦୀ ଆକ୍ରମଣରେ ପୋଲିସ ଇନ୍ସପେକ୍ଟର ଗୁରୁତର, କ୍ରିକେଟ୍‌ ଖେଳୁଥିବା ବେଳେ ବାଜିଲା ଗୁଳି

ଜମ୍ମୁ-କାଶ୍ମୀରର ଶ୍ରୀନଗରର ଇଦ୍‌ଗାହଠାରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜମ୍ମୁ-କାଶ୍ମୀର ପୋଲିସର ଜଣେ ଇନ୍ସପେକ୍ଟର ଆହତ ହୋଇଛନ୍ତି। ପୋଲିସ ସୂଚନା ଦେଇଛି ଯେ ଇଦ୍‌ଗାହ ନିକଟରେ ଆତଙ୍କବାଦୀମାନ ଇନ୍ସପେକ୍ଟର ମସରୁର ଅହମ୍ମଦଙ୍କ ଉପରକୁ ଗୁଳି ଚଳାଇଥିଲେ।

ଜମ୍ମୁ-କାଶ୍ମୀରର ଶ୍ରୀନଗର ଇଦ୍‌ଗାହଠାରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜମ୍ମୁ-କାଶ୍ମୀର ପୋଲିସର ଜଣେ ଇନ୍ସପେକ୍ଟର ଆହତ ହୋଇଛନ୍ତି। ପୋଲିସ ସୂଚନା ଦେଇଛି ଯେ ଇଦ୍‌ଗାହ ନିକଟରେ ଆତଙ୍କବାଦୀମାନ ଇନ୍ସପେକ୍ଟର ମସରୁର ଅହମ୍ମଦଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ଆତଙ୍କୀ ଆକ୍ରମଣରେ ପିସ୍ତଲ ବ୍ୟବହାର କରାଯାଇଛି। ଆକ୍ରମଣ ପରେ ଏହି ଅଞ୍ଚଳକୁ କର୍ଡନ କରି ଦିଆଯାଇଛି ଏବଂ ମାମଲା ରୁଜୁ ହୋଇଛି। ପୋଲିସ ସୂଚନା ଅନୁସାରେ, ଯେଉଁ ସମୟରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ସେହି ସମୟରେ ପୋଲିସ ଅଧିକାରୀ କ୍ରିକେଟ୍ ଖେଳୁଥିଲେ।

ତେବେ ଏହି ଆକ୍ରମଣ ପାଇଁ TRF-ଲସ୍କର ନିଜକୁ ଦାୟୀ କରିଛି। ଏବେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ସୂଚନାଯୋଗ୍ୟ, ଅଜଣା ବନ୍ଧୁକଧାରୀମାନେ ଇଦ୍‌ଗାହଠାରେ ପୋଲିସ ଅଧିକାରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ବର୍ତ୍ତମାନ ତାଙ୍କୁ ଚିକିତ୍ସା ପାଇଁ SMHS ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆତଙ୍କବାଦୀ ଆକ୍ରମଣ ସନ୍ଦେହ ଥିବା ଅଞ୍ଚଳକୁ କର୍ଡନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.