ଖେଳୁ ଖେଳୁ ନିଖୋଜ ହୋଇଗଲା ପୁଅ, କାନ୍ଦି କାନ୍ଦି ମାଆ ଆଖିରୁ ଶୁଖୁନି ଲୁହ

ଜଗତସିଂହପୁର (କେନ୍ୟୁଜ) : ମାମୁଁ ଘରକୁ ଆସି ହଜିଗଲା ସୌମ୍ୟ। ଖେଳୁ ଖେଳୁ ହଠାତ୍‌ ଆଉ ଦେଖାଗଲାନି ମାମୁଁ ଘରକୁ ବୁଲି ଆସିଥିବା ୨ ବର୍ଷର ଶିଶୁ ପୁତ୍ର। ମାଆ ଖାଇବାକୁ ଡାକିବାରୁ ଆଉ ଡାକ ଶୁଣି ଧାଇଁ ଆସିଲାନି ସୌମ୍ୟ। ମାଆ ଆଖିରୁ ସୁଖୁନି ଲୁହ କିନ୍ତୁ ମିଳୁନି ପୁଅ। କାନ୍ଦି କାନ୍ଦି ମାଆ କହୁଛି ସତରେ କଣ ମୋ ପୁଅକୁ ଫେରିବାଲା ନେଇଗଲା?

ମାମୁଁ ଘରକୁ ବୁଲିବାକୁ ଆସି ଦୁଇ ବର୍ଷର ପୁଅ ଅପହରଣ ହୋଇଥିବା ନେଇ ଥାନାରେ ହୋଇଛି ଅଭିଯୋଗ। ଏମିତି ଏକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଶିବପୁର ପଞ୍ଚାୟତର ଶଙ୍କରପୁର ଗାଁରେ। ମାମୁଁ ଘରକୁ ବୁଲିବାକୁ ଆସି ଦୁଇ ବର୍ଷର ଶିଶୁ ସୌମ୍ୟ ଦାଣ୍ଡରେ ଖେଳୁଥିଲା। କିନ୍ତୁ କିଛି ସମୟ ପରେ ଆଉ ଦେଖିବାକୁ ପାଇନଥିଲେ ପରିବାର ଲୋକେ।

ସୂଚନା ଅନୁଯାୟୀ ମଙ୍ଗଳପୁର ଗାଁର କଣେଇଁଲାଲ ଭୋଇ ଓ ମାଆ ଶୁନୁଲତା ଭୋଇଙ୍କ ପୁଅ ସୌମ୍ୟରଞ୍ଜନ। ଶୁନୁଲତା ପୁଅକୁ ଧରି ନିଜ ବାପଘର ଶଙ୍କରପୁରକୁ କିଛିଦନ ହେଲା ବୁଲିବାକୁ ଆସିଥିଲେ। ତେବେ ଆଜି ମଧ୍ୟାହ୍ନରେ ପୁଅ ଦାଣ୍ଡରେ ଖେଳୁଥିବା ସମୟରେ ପରେ ଆଉ ଖୋଜି ପାଇନଥିଲେ। ପୁଅକୁ ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ମିଳିନଥିଲା ପୁଅ। ତେବେ କିଛି ଲୋକ ପୁଅକୁ କୌଣସି ଏକ ବୁଲା ବେପାରୀ ସହ ଗାଡି ପଛରେ ବସିକି ଯାଉଥିବା ଦେଖିଛନ୍ତି ବୋଲି କହିଛନ୍ତି।

ମାଆ ଶୁନୁଲତା ବି କହୁଛନ୍ତି ପୁଅ ଫେରିବାଲା ପାଖରୁ ବଲ୍‌ କିଣିବା ପାଇଁ ଜିଦି କରୁଥିଲା। ତେଣୁ ବୋଧହୁଏ ଫେରିବାଲା ପୁଅକୁ ଅପହରଣ କରିନେଇଛି ବୋଲି ସନ୍ଦେହ କରୁଛନ୍ତି ପରିବାର। ବିରିଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହ ଖୋଜା ଖୋଜି ଜାରି ରଖିବା ସହ ବିଭିନ୍ନ ଅଞ୍ଚଳରେ ଥିବା cc TV ଫୁଟେଜ ଯାଞ୍ଚ କରୁଥିବା ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.