ବୌଦ୍ଧ କଣ୍ଟାମାଳ ଥାନା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଦୁର୍ବୁତ୍ତଙ୍କ ଉନ୍ମତ୍ତକାଣ୍ଡ, ଲୁଟ୍ କରିବାପରେ ନିଆଁ ଲଗାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କଲେ ନଷ୍ଟ

ବୌଦ୍ଧ: ଶିକ୍ଷାକେନ୍ଦ୍ରରୁ ଲୁଟ୍‌। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଲୁଟ୍‌ ହୋଇଛି । କିଛି ଦୁର୍ବୁତ୍ତ ସ୍କୁଲ ଭିତରେ ନିଆଁ ଲଗାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ସ୍କୁଲରେ ଥିବା ୫ଶହ ଖଣ୍ଡ ବହି, ଅଫିସ ଜରୁରୀ କାଗଜପତ୍ର ସମେତ ପିଲାଙ୍କ ବହୁ ପାଠ୍ୟ ଉପକରଣ ସବୁ ଜଳି ପୋଡି ନଷ୍ଟ ହୋଇଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ଲକ୍ଷ ଟଙ୍କା ହେବ । ଏହା ସହ ପ୍ରାୟ ୧ଲକ୍ଷ ଟଙ୍କାର ଜିନିଷ ଲୁଟି ନେଇଛନ୍ତି ଦୁବୃର୍ତ୍ତ । ତେବେ କିଏ ଓ କାହିଁକି ଏଭଳି କରିଛି ତାହା ସ୍ପଷ୍ଟ ହୋଇନାହିଁ । କଣ୍ଟାମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.