Below header

ଢ଼େଙ୍କାନାଳରେ ଆତଙ୍କ, ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳି ମାରି ଛଡ଼ାଇ ନେଲେ ଲକ୍ଷାଧିକ ଟଙ୍କା

ଢ଼େଙ୍କାନାଳ(କେନ୍ୟୁଜ୍‌) : ଢେଙ୍କାନାଳ ସଦର ଥାନା ଅଞ୍ଚଳରୁ ଆସିଛି ଚାଞ୍ଚଲ୍ୟକର ଖବର। ଟଙ୍କା ପାଇଁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ହୋଇଛି ଗୁଳିମାଡ଼। ଆଜି ଅପରାହ୍ଟ ପ୍ରାୟ ୩ଟା ବେଳେ ଢ଼େଙ୍କାନାଳ ବଳଦିଆବନ୍ଧ ନିକଟ ଏନ୍‌ଏଚ୍‌ ୫୫ କଡ଼ରେ ଥିବା ପଣ୍ଡା ପେଟ୍ରୋଲ ପମ୍ପରେ ହୋଇଛି ଏହି ଗୁଳିମାଡ଼ ।

dhenkanal.

୩ ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ପେଟ୍ରୋଲ ପମ୍ପରେ ଥିବା ଜଣେ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଛଡ଼ାଇ ନେଇଥିଲେ । ଉକ୍ତ କର୍ମଚାରୀ ଜଣକ ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ବାହାରିଥିବା ବେଳେ ତାଙ୍କ ଉପରକୁ ଗୁଳି କରି ଦର୍ବୃତ୍ତମାନେ ଟଙ୍କା ଛଡ଼ାଇ କୁଆଡେ ଫେରାର ହୋଇଯାଇଥିଲେ ।  ଗୁରୁତର ଅବସ୍ଥାରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ କୌଣସି ପତ୍ତା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.