ଏବେ ହ୍ଵାଟସଅପ୍‌ ଚାଟକୁ ଆଇଫୋନରୁ ଆଣ୍ଡ୍ରଏଡକୁ ଟ୍ରାନ୍ସଫର କରିବା ହେଲା ସମ୍ଭବ, ଜାଣନ୍ତୁ ପୂରା ପ୍ରୋସେସ୍‌

ଆଇଫୋନରେ ହ୍ଵାଟସଆପ ଡାଟାକୁ ଆଣ୍ଡ୍ରଏଡକୁ ଟ୍ରାନ୍ସଫର କରିବା ସମସ୍ୟା ଲମ୍ବା ସମୟ ଧରି ଥିଲା। କିନ୍ତୁ ଏବେ ଗୁଗଲ ତାର ସମାଧାନ କରିଦେଇଛି। ଗୁଗଲ ଆପଣଙ୍କ ଆବଶ୍ୟକତାକୁ ନଜରରେ ରଖି ଗୁଗଲ ଡାଟା ରି-ଷ୍ଟୋର ଟୁଲ୍‌ ଲଞ୍ଚ୍‌ କରିଛି। ଯଦିଓ ଏହାକୁ ଏବେ ସମସ୍ତଙ୍କ ପାଇଁ ଜାରି କରାଯାଇନାହିଁ। ଗୁଗଲ ଡାଟା ରି-ଷ୍ଟୋର ଟୁଲ୍‌ ସାହାଯ୍ୟରେ ୟୁଜର୍ସ ଆଇଓଏସ୍‌ ହ୍ଵାଟସଅପ୍‌ ଚାଟକୁ ଆଣ୍ଡ୍ରଏଡରେ ଟ୍ରାନ୍ସଫର କରିପାରିବେ। ଆମେ ଆଜି ଆପଣଙ୍କୁ ଏହି ଭିଡିଓରେ କହିବୁ ଆପଣ କେମିତି ଆଇଫୋନ ହ୍ଵାଟସଆପ୍‌ ଡାଟାକୁ ଆଣ୍ଡ୍ରଏଡ ଫୋନକୁ ଟ୍ରାନ୍ସଫର କରିବେ।

ଗୁଗଲର ଡାଟା ରି-ଷ୍ଟୋର ଟୁଲ୍‌ ଆଣ୍ଡ୍ରଏଡ୍‌ ଡିଭାଇସରେ ଡେଫଲ୍ଟ ରୂପେ ଥାଏ। ଯଦି ଆପଣ କୌଣସି ନୂଆ ଆଣ୍ଡ୍ରଏଡ୍‌ ଫୋନ୍‌ ସେଟଅପ୍‌ କରୁଛନ୍ତି ତାହେଲେ ଆପଣଙ୍କୁ ଆଇଓଏସ୍‌ ଠାରୁ ରି-ଷ୍ଟୋରର ବିକଳ୍ପ ମିଳିବ। ଗୁଗଲ ଡାଟା ରିଷ୍ଟୋର ଟୁଲ୍‌ ନାମରେ ଗୁଗଲ ଗତ ସପ୍ତାହରେ ଅନ୍ୟ ଏକ ଅଲଗା ଆପ୍‌ ଲଞ୍ଚ୍‌ କରିଛି। ଯାହାକୁ ଆପଣ ଗୁଗଲ ପ୍ଲେ-ଷ୍ଟୋରରୁ ଡାଉନଲୋଡ୍‌ କରିପାରିବେ।

whatsappଆଇଫୋନରୁ ଆଣ୍ଡ୍ରଏଡକୁ କେମିତି କରିବେ ଡାଟା ଟ୍ରାନ୍ସଫର ଜାଣନ୍ତୁ ?

  • ନୂଆ ଆଣ୍ଡ୍ରଏଡ୍‌ ଫୋନକୁ ସେଟଅପ୍‌ କରିବା ସମୟରେ ଆପଣଙ୍କୁ ଡାଟା ରି-ଷ୍ଟୋର ଅପ୍ସନ୍‌ ମିଳିବ। ତାହା ଉପରେ କ୍ଲିକ କରନ୍ତୁ।
  • ଏବେ ହ୍ଵାଟସଆପ୍‌ ଡାଟା ପାଇବା ଲାଗି ଏକ କ୍ୟୁଆର କୋଡକୁ ସ୍କାନ୍‌ କରିବା ପାଇଁ ଅପ୍ସନ ଦେଖାଯିବ।
  • ଏହାପରେ ଷ୍ଟାର୍ଟ ଅପ୍ସନ ଉପରେ କ୍ଲିକ୍‌ କରନ୍ତୁ।
  • ଏହାପରେ ଆଇଫୋନରେ ହ୍ଵାଟସଆପକୁ ଓପନ୍‌ କରନ୍ତୁ।
  • ଏବେ ସେଟିଙ୍ଗକୁ ଯାଆନ୍ତୁ ଏବଂ ପରେ ଚାଟକୁ ଯାଆନ୍ତୁ।
  • ଏବେ ମୁଭ୍‌ ଚାଟ୍ସ ଟୁ ଆଣ୍ଡ୍ରଏଡ୍‌ ଉପରେ କ୍ଲିକ କରନ୍ତୁ।
  • ଏପରି କରିବା ପରେ ଆପଣଙ୍କ ଆଇଓଏସ ହ୍ଵାଟସଆପ୍‌ ଚାଟ ଡାଟା ଆଣ୍ଡ୍ରଏଡ୍‌ ଫୋନକୁ ଟ୍ରାନ୍ସଫର ହୋଇଯିବ।

ଆପଣ ଚଳିତ ବର୍ଷ ଆଇଫୋନରେ ଆଣ୍ଡ୍ରଏଡରେ ହ୍ଵାଟ୍ସଆପ୍‌ ଡାଟା ଟ୍ରାନ୍ସଫର ଫିଚରର ଟେଷ୍ଟିଙ୍ଗ ରିପୋର୍ଟ ଆସିଥିଲା। ଏକ ରିପୋର୍ଟରେ କୁହାଯାଇଛି ଯେ ନୂଆ ଅପଡେଟ୍‌ ପରେ ଆଣ୍ଡ୍ରଏଡ୍‌ ରୁ ଆଇଓଏସ ଏବଂ ଆଇଓଏସରୁ ଆଣ୍ଡ୍ରଏଡରେ ଚାଟକୁ ଅତି ସହଜରେ ଟ୍ରାନ୍ସଫର କରିପାରିବେ। କେବଳ ଚାଟ୍‌ ଟ୍ରାନ୍ସଫର ବ୍ୟତୀତ ମିଡିଆ ଫାଇଲକୁ ବି ଟ୍ରାନ୍ସଫର କରିପାରିବେ। ନୂଆ ଅପଡେଟରେ ଫାଇଦା ସେହି ଲୋକମାନଙ୍କୁ ମିଳିବ ଯେଉଁମାନେ ଆଇଫୋନରୁ ଆଣ୍ଡ୍ରଏଡରେ ସ୍ୱିଚ୍‌ କରିବାକୁ ଚାହୁଁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.