ଜେସିବି ଲଗାଇ ଏଟିଏମ ତାଡ଼ିନେଲେ ଦୁର୍ବୃତ୍ତ, ୨୬ ଲକ୍ଷରୁ ଅଧିକ ଟଙ୍କା ଲୁଟ

ଜେସିବି ଲଗାଇ ଏଟିଏମ ତାଡ଼ିନେଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ବାହାନଗା ବଜାରରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ ମେସିନକୁ ଦୁର୍ବୃତ୍ତମାନେ ପ୍ରଥମେ ଗ୍ୟାସ କଟରରେ କାଟିବା ପରେ ଜେସିବିରେ ତାଡ଼ି ଉଠାଇ ନେଇଥିବା ନେଇ ଅଭିଯୋଗ ହୋଇଛି ।

ଜେସିବି ଲଗାଇ ଏଟିଏମ ତାଡ଼ିନେଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ବାହାନଗା ବଜାରରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ ମେସିନକୁ ଦୁର୍ବୃତ୍ତମାନେ ପ୍ରଥମେ ଗ୍ୟାସ କଟରରେ କାଟିବା ପରେ ଜେସିବିରେ ତାଡ଼ି ଉଠାଇ ନେଇଥିବା ନେଇ ଅଭିଯୋଗ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇବା ପରେ ଏଟିଏମ ଘର ଡୋର ବନ୍ଦ କରିଦେଇଥିଲେ। ଫଳରେ ବାହାରକୁ କିଛି ଜଣାପଡୁନଥିଲା । ଆଜି ସକାଳେ ସ୍ଥାନୀୟ ଲୋକେ ଏ ବାବଦରେ ଜାଣିବା ପରେ ସୋର ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏଟିଏମରୁ ୨୬ ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.