ବିନ୍ଧାଣୀ ଗ୍ରାମର ମା ଲୋଭୀ ଠାକୁରାଣୀ, ବର୍ଷକୁ ଥରେ ମାତ୍ର ଖୋଲାଯାଇଥାଏ ଏହି ମନ୍ଦିର

ବର୍ଷ କୁ କେବଳ ଗୋଟିଏ ଦିନ ଏହି ମନ୍ଦିର ଖୋଲା ଯାଏ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ, ତା ପୁଣି ପବିତ୍ର କାର୍ତ୍ତିକ ମାସର ପୂର୍ଣ୍ଣିମା ଦିନ

କଟକ : ଡାକିଲେ ଓହଃ କୁହନ୍ତି ମା, ମାଙ୍କ କରୁଣାା ଅପାର । ନ କହିଲେ ନ ସରେ । ବର୍ଷ ବର୍ଷର ମାନସିକକୁ କ୍ଷଣକେ ପୂରଣ କରନ୍ତି ମା । ଭକ୍ତର ସମସ୍ତ ଦୁଃଖ ହରନ୍ତି । ସେଥିପାଇଁ ତ କାହିଁ କେତେ ଦୂରରୂ ଭକ୍ତ ଧାଇଁ ଆସନ୍ତି ଏଇ ଲୋଭୀ ଠାକୁରାଣୀ ମାଙ୍କ ପାଖକୁ । ବିଶ୍ୱାସ ରହିଛି ମାଙ୍କ ନିକଟରେ ଯାହା ମନାସିବ ତାହା ପ୍ରାପ୍ତ ହେବ । ସେଥିପାଇଁ ନିଜ ପରିବାର ବର୍ଗଙ୍କୁ ସାଙ୍ଗରେ ଧରି ବିପଦରୁ ମୁକ୍ତି ପାଇଁ ମା ଙ୍କୁ ସୁମରଣା କରିଆଆନ୍ତି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଉଛି ବର୍ଷ କୁ କେବଳ ଗୋଟିଏ ଦିନ ଏହି ମନ୍ଦିର ଖୋଲା ଯାଏ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ, ତା ପୁଣି ପବିତ୍ର କାର୍ତ୍ତିକ ମାସର ପୂର୍ଣ୍ଣିମା ଦିନ । ଆଜିର ଦିନରେ ମାଙ୍କ ଟିକିଏ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିଛି । ମନ୍ଦିର ସାମ୍ନାରେ ଲାଗିଛି ଲମ୍ବା ଧାଡ଼ି । ଆଉ ମାଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁଙ୍କର ଆଖି ଛଳ ଛଳ ହୋଇଯାଉଛି। ମାଙ୍କ ମହିମା ଗୁଣଗାନ କରି ବହି ଯାଉଛି ଶ୍ରଦ୍ଧାର ଧାର ଧାର ଅଶ୍ରୁ ।

ବର୍ଷକୁ ଥରେ ମାତ୍ର ଖୋଲାଯାଇଥାଏ ଏହି ମନ୍ଦିର । ସ୍ଥାନୀୟ ଅଞ୍ଚଳରେ ମାଙ୍କୁ ଲୋଭୀ ଠାକୁରାଣୀ ନାଁରେ ପୂଜନ୍ତି ଲୋକେ । କଟକ ଜିଲ୍ଲାର ତିଗିରିଆ ବ୍ଲକ୍ ଅନ୍ତର୍ଗତ ବିନ୍ଧାଣୀ ମା ଗ୍ରାମର ଲୋଭୀ ଠାକୁରାଣୀ କେବଳ ଆଠଗଡ଼ ଉପଖଣ୍ଡ ବା କଟକ ଜିଲ୍ଲା ନୁହେଁ ଓଡିଶାର ଅନେକ ଜିଲ୍ଲାରେ ବେଶ ପରିଚିତ । ଏହି କାର୍ତ୍ତିକ ପୂର୍ଣ୍ଣିମା ଦିନ ନିଜ ନିଜ ମାନସିକ ପୂରଣ କରିବା ପାଇଁ ଶ୍ରଦ୍ଧାଳୁ ମାନେ ଅନେକ ଆଶା ଓ ମାନସିକ ନେଇ ବହୂ ଦୂର ଦୂରାନ୍ତରୁ ଧାଇଁ ଆସିଥାଆନ୍ତି । ମନ୍ଦିରରେ ମାଙ୍କୁ ସୁମରଣା କରି ନିଜ ନିଜ ସନ୍ତାନଙ୍କର ଚୁଟି ପକାଇଥାଆନ୍ତି । ସବୁଠାରୁ ଆଶ୍ଚଯ୍ୟକର କଥା ହେଉଛି ବର୍ଷକୁ କେବଳ ଗୋଟିଏ ଦିନ ଏହି ମନ୍ଦିର ଖୋଲା ଯାଏ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ, ତା ପୁଣୀ ପବିତ୍ର କାର୍ତ୍ତିକ ମାସର ପୂର୍ଣ୍ଣିମା ଦିନ । ଏକଥା ବିଶ୍ୱାସ ନ ହେଉଥିଲେ ମଧ୍ୟ ସତ । ସେହିପରି ମାଙ୍କ ସମ୍ପୂର୍ଣ୍ଣ ନାଁକୁ ନେଇ ରହିଛି ଅନେକ ଗୂଢ଼ ରହସ୍ୟ । ଶ୍ରଦ୍ଧାରେ ଭକ୍ତମାନେ ମାଙ୍କୁ ବୋଲାଇ ଆଆନ୍ତି ଲୋଭୀ ଠାକୁରାଣୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.