ନିଆଁରେ ପୋଡ଼ିଗଲା ୪ ବଖରା ସହ ସବୁକିଛି, ଆଗକୁ ଥିଲା ଝିଅ ବାହାଘର

ନିଆଁରେ ପୋଡ଼ି ପାଉଁଶ ହୋଇଗଲା ୪ ବଖରା । ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଅଘଟଣ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଔପଦା ଥାନା ଅଘିରାପଦା ପଞ୍ଚାୟତ ଗରୁଡହତା ଗାଁରେ ।

ସୋର : ନିଆଁରେ ପୋଡ଼ି ପାଉଁଶ ହୋଇଗଲା ୪ ବଖରା । ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଅଘଟଣ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଔପଦା ଥାନା ଅଘିରାପଦା ପଞ୍ଚାୟତ ଗରୁଡହତା ଗାଁରେ । ଗାଁର ବଳଭଦ୍ର ରାଉତ ସପରିବାର ଗତକାଲି ବିଳମ୍ବିତ ରାତିରେ ଜଗା ଦର୍ଶନ ଓ ଡଙ୍ଗା ଭସାଇବା ପାଇଁ ପୁରୀ ଯାଉଥିଲେ ।

ଫୋନ ଯୋଗେ ଖବର ପାଇଁ ରାସ୍ତାରୁ ଫେରିଲେ ବଳଭଦ୍ର ଓ ପୁଅ ବହୁ ନାତି ନାତୁଣୀ । ବିଦ୍ୟୁତ ସଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ସବୁ ପୋଡି ଜଳି ପାଉଁଶ ହୋଇଯାଇଛି । ଝିଅ ବାହାଘର ପାଇଁ ଘରେ ରଖି ଥିବା ୨ ଲକ୍ଷ ଟଙ୍କା ଓ ଆସବାବପତ୍ର, ସୁନା ଗହଣା ସବୁ ପୋଡି ଯାଇଛି ।

ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ପହଁଚିବା ବେଳକୁ ସବୁ ଶେଷ ହୋଇ ଯାଇଥିଲା। ଆଜି ତହସିଲଦାରଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଆରଆଇ ମଦନ ମୋହନ ବେହେରା ତଦନ୍ତ କରିଥିବାର ଜଣାଯାଇଛି । ତେବେ ଏହି ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ତରଫରୁ ଦାବି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.