ଗୁଜରାଟ: ଘଡ଼ଘଡ଼ି ପଡ଼ି ମରିଗଲେ ୭୧ଟି ଗୃହପାଳିତ ପ୍ରାଣୀ; ସରକାର ଦେବେ କ୍ଷତିପୂରଣ

ଗୁଜରାଟରେ ସୋମବାର ସକାଳଠାରୁ ଲାଗି ରହିଛି ଅଦିନିଆ ବର୍ଷା, ଯାହା ଲୋକଙ୍କ ସମସ୍ୟା ବଢ଼ାଇ ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ପଡ଼ି ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏଥିରେ ୨୩ ଜଣ ଆହତ ହୋଇଛନ୍ତି। ପରିସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ମୃତକମାନଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି।

ସେପଟେ ଲଗାଣ ବର୍ଷା ଏବଂ ଘଡ଼ଘଡ଼ି ସଂସ୍ପର୍ଶରେ ଆସି ୭୧ଟି ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ହୋଇଛି। କେବଳ ଏତିକି ନୁହେଁ, ପ୍ରବଳ ବେଗରେ ପବନ ବହିବା ଯୋଗୁ ସୁରଟ, ଜୁନାଗଡ଼ ଓ ନର୍ମଦାରେ କେତେଗୁଡ଼ିଏ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟର ୨୯ଟି ଜାଗାରେ ଲୋକଙ୍କ ଝୁମ୍ପୁଡ଼ି ଏବଂ କଚ୍ଚାଘର ଭାଙ୍ଗିରୁଜି ଯାଇଛି। ଏହା ବ୍ୟତୀତ ଚାଷଜମିରେ ଫସଲଗୁଡ଼ିକ ମଧ୍ୟ ନଷ୍ଟ ହୋଇ ଯାଇଛି।

ଗତକାଲି ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ସମସ୍ତ ମୃତକଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିିଥିଲେ। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଦୁଃଖବ୍ୟକ୍ତ କରିଥିଲେ। ସରକାରୀ ସୂତ୍ର ମୁତାବକ, ଏହି ବିପର୍ଯ୍ୟୟରେ ଯେଉଁ ଲୋକଙ୍କର ମୃତ୍ୟୁ ହୋଇଛି, ସେମାନଙ୍କୁ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ।

ଗତକାଲି ରାଜକୋଟ-ଅହମ୍ମଦାବାଦ ରାଜପଥରେ ଦେଖିବାକୁ ମିଳିଥିଲା ଏକ ଅଦ୍ଭୁତ ଦୃଶ୍ୟ। ଏଠାରେ ହିଲ୍‌ ଷ୍ଟେସନ ପରି ରାସ୍ତା ଉପରେ ବିଛେଇ ହୋଇ ଯାଇଥିଲା ଧଳା ବରଫର ଚାଦର। ଏହି ଦୃଶ୍ୟ ରାଜପଥ ଦେଇ ଯାଉଥିବା ଲୋକମାନଙ୍କୁ ଆକୃଷ୍ଟ କରିଥିଲା। ଲୋକମାନେ ଏଠାରେ ଗାଡ଼ି ଅଟକାଇ ଶିମଲା ଏବଂ ମନାଲିର ଅନୁଭବ ନେଇଥିଲେ। ରାସ୍ତାରେ ପଡ଼ିଥିବା କୁଆପଥର ସହ ବେଶ୍‌ ମଜା ଉଠାଇଥିଲେ ଲୋକେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.