Below header

ଖରସ୍ରୋତା ନଦୀରେ ଖେଳ ହେଲା କାଳ : କ୍ରିଷ୍ଣା ଜେନା ନାମକ ଆଉ ଜଣଙ୍କ ମୃତଦେହ ଉଦ୍ଧାର, ମୋଟ ୬ ଜଣ ଯୁବକ ଗୋଟିଏ ବଂଶର

ଯାଜପୁର (କେନ୍ୟୁଜ): ନଦୀ ଭିତରେ ବାଇଗଣ ଖେଳ ହେଲା କାଳ। ଘଟଣାକୁ ୧୬ଘଣ୍ଟା ବିତିଯାଇଥିଲେ ମଧ୍ୟ ଏବେବି ୩ଜଣ ନିଖୋଜ । ଗତକାଲି ଯାଜପୁର ଜିଲ୍ଲା ବନ୍ଧମୁଣ୍ଡା ମଙ୍ଗଳା ଘାଟ ରେ ଘଟିଥିବା ଅଘଟଣ ରେ ଆଉ ଜଣେ ଯୁବକ ଙ୍କ ମୃତ ଦେହ ଆଜି ସକାଳୁ ଉଦ୍ଧାର ହୋଇଛି। ଓଡ୍ରାଫ ଟିମ ସକାଳୁ ଖୋଜାଖୋଜି ଆରମ୍ଭ କରି କ୍ରିଷ୍ଣା ଯେନା ନାମକ ଯୁବକ ଙ୍କ ମୃତ ଦେହ ଉଦ୍ଧାର କରିଛି।

ଗତକାଲି ଅପରାହ୍ନରେ ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ହୋଲି ଖେଳି ସାରି ନଦୀ କୁ ଗାଧେଇବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଗତକାଲି ୨ ଜଣ ଏବଂ ଆଜି ଆଉ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି। ଏବେବି ଆଉ ୩ ଜଣ ଯୁବକ ନିଖୋଜ ଥିବା ଜଣା ପଡ଼ିଛି। ମୋଟ ୬ ଜଣ ନିଖୋଜ ଯୁବକ ମାନେ ଗୋଟିଏ ବଂଶର । ସେଥି ମଧ୍ୟରୁ ଦୁଇ ଜଣ ଭଣଜା ଓ ୪ ଜଣ ଭାଇ ଅଛନ୍ତି। ତେବେ ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.