Below header

ୟୁକ୍ରେନ ଉପରେ ମିସାଇଲ୍‌ ବର୍ଷା କରିଛି ରୁଷ୍‌; ବହୁ ବଡ଼ ବଡ଼ ସହର ଛାରଖାର

ନୂଆଦିଲ୍ଲୀ : ୨୪ ଦିନରେ ପହଞ୍ଚିଲାଣି ରୁଷ-ୟୁକ୍ରେନ୍‌ ଲଢ଼େଇ । ଜୋରଦାର ହୋଇଛି ଆକ୍ରମଣ ପ୍ରତିଆକ୍ରମଣ । ୨୪ ଦିନରେ ୟୁକ୍ରେନ ଉପରେ ମିସାଇଲ୍‌ ବର୍ଷା କରିଛି ରୁଷ୍‌ । ଏଯାଏ ହଜାରେ ୮୦ ମିସାଇଲ୍‌ ମାଡ଼ କରିଛି । ୟୁକ୍ରେନପେ ଆକାଶରୁ ଖସୁଛି ମୃତ୍ୟୁ । ମିସାଇଲ୍‌ ମାଡ଼ରେ ବହୁ ବଡ଼ ବଡ଼ ସହର ଛାରଖାର ହୋଇଗଲାଣି । ମାରିୟୁପୁଲ୍‌, ଖାରକିଭ୍‌, କିଭ୍‌ ସହ ଧ୍ୱଂସ୍ତସ୍ତୁପ ପାଲଟିଲାଣି । ବହୁ ସହରରେ ଲିଭୁନି ନିଆଁ ଓ ଧୂଆଁ । ଯୁଦ୍ଧ ଲମ୍ବୁଛି । ତାସହ ହମଲା ଜୋରଦାର ହେଉଛି । ମିକୋଲେଭରେ ମିସାଇଲ ଆକ୍ରମଣ । ମିସାଇଲରେ ମାଡ଼ରେ ୪୦ ମୃତ । ମିକୋଲେଭରେ ରୁଷ ମିସାଇଲ ଆକ୍ରମଣରେ ୪୦ ମୃତ ।

ଆକ୍ରମଣ ପରେ ରୁଷ ସେନାକୁ ଦୃଢ଼ ଯବାବ ଦେଲା ୟୁକ୍ରେନ । ମିକୋଲେଭକୁ ରୁଷ ସେନା ପ୍ରବେଶ କରିପାରିଲେନାହିଁ । ୟୁକ୍ରେନର ଦକ୍ଷିଣରେ ଓଡେଶାକୁ ଲାଗି ରହିଛି ମିକୋଲେଭ । ମିକୋଲେଭ ହେଉଛି ବନ୍ଦର ସହର । ଏଠାରେ ଜାହାଜ ତିଆରି ହୁଏ । ଏପଟେ ରୁଷ ଅସ୍ତ୍ରଶସ୍ତ୍ର ଗାଡ଼ିକୁ ଜବତ କରିଛି ୟୁକ୍ରେନ। ଯୁଦ୍ଧାସ୍ତ୍ରରେ ଭରପୁର ଏକ ଟ୍ରକକୁ ମାଇକୋଲେଭ ନିକଟରେ ଜବତ କରିଛି ୟୁକ୍ରେନ ସେନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.