କର୍ଣ୍ଣାଟକରେ ଓଲଟିଲା ବସ୍‌: ୮ ମୃତ, ୨୦ ଆହତ

କର୍ଣ୍ଣାଟକର ତୁମକୁର ଜିଲ୍ଲାର ପାଓ୍ଵଗଡା ନିକଟରେ ବସ୍‌ ଓଲଟିବା କାରଣରୁ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୨୦ ଜଣରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି। ଏହି ବସ୍‌ରେ ଅଧିକ ସଂଖ୍ୟକ ଛାତ୍ରଥିବା ଖବର ମିଳିଛି।

ସୂଚନା ମୁତାବକ, ବସ୍‌ ଚାଳକ ନିୟନ୍ତ୍ରଣ ହରାଇବା ଯୋଗୁଁ ଗାଡି ଓଲଟିପଡିଥିବା ଖବର ମିଳିଛି। ବସ୍‌ରେ ଅତିକମରେ ୬୦ ଜଣ ଯାତ୍ରୀ ଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.