ଭଦ୍ରକରୁ ନିଖୋଜ ନାବାଳକ ପିପିଲିରୁ ଉଦ୍ଧାର

ପିପିଲି: ଭଦ୍ରକ ଜିଲ୍ଲାରୁ ନିଖୋଜ ହୋଇଥିବା ଜଣେ ନାବାଳକକୁ ପୁରୀ ଜିଲ୍ଲା ପିପିଲି ରୁ ଉଦ୍ଧାର କରିଛି ପିପିଲି ପୋଲିସ । ଉଦ୍ଧାର ପରେ ପିପିଲି ପୋଲିସ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଖବର ଦେଇଥିଲେ ।

ଏହାପରେ ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ ଶିଶୁଟିକୁ ଉଦ୍ଧାର କରି ପୁରୀ ନେଇଥିବା ଜଣାପଡିଛି । ତେବେ ପରିବାର ଲୋକେ ଆସିବା ପରେ ସେମାନଙ୍କ ଜିମାରେ ପିଲାଟିକୁ ଦିଆଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.