ମାହାଙ୍ଗାରେ ପୁଣି ଚାଞ୍ଚଲ୍ୟ: ଭେଡା ସାଲେପୁର ଗାଁର ଜଣେ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର, ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗାରେ ପୁଣି ଚାଞ୍ଚଲ୍ୟ । ଭେଡା ସାଲେପୁର ଗାଁର ଅନ୍ନପୂର୍ଣ୍ଣା ମହାପାତ୍ରଙ୍କ ମୃତଦେହ ଗତକାଲି ଉଦ୍ଧାର କରାଯାଇଥିଲା । ଘର ଠାରୁ ୨୦୦ ମିଟର ଦୂରରେ ପାଟନାଳୀର କାଦୁଅ ମଧ୍ୟରୁ ମୃତଦେହ ଉଦ୍ଧାର କରିଥିଲା ପୋଲିସ ।

ଗଣ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ବାପା ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାରେ ଅଧିକ ଖୋଳତାଡ କରୁଛି । ତିନିବର୍ଷ ତଳେ ସ୍ୱାମୀଙ୍କ ମୃତ୍ୟୁ ପରେ ଏକମାତ୍ର ପୁଅକୁ ନେଇ ରହୁଥିଲେ । ଗତ କିଛିଦିନ ହେବ ପୁଅ ବାହାରକୁ କାମ କରିବାକୁ ଚାଲି ଯାଇଥିବାରୁ ଅନ୍ନପୂର୍ଣ୍ଣା ଏକୁଟିଆ ରହୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.