ବେଆଇନ୍‌ ପାର୍କିଂକୁ ନେଇ ୨ ହଜାର ଟଙ୍କା ଜରିମାନା ଗଣିଲେ ବିଧାୟକ ବ୍ୟୋମକେଶ ରାୟ

ପୁରୀ (କେନ୍ଯୁଜ୍): ବିଧାୟକଙ୍କଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରିଛି ପୋଲିସ୍। ଖବର ମୁତାବକ, ଶ୍ରୀମନ୍ଦିର ସମ୍ମୁଖ ଜଗାବଳିଆ ଲଜ୍‌ଠାରୁ ଶ୍ରୀନହର ଦେଇ ଉତ୍ତରଦ୍ବାର ପର୍ଯ୍ୟନ୍ତ କୌଣସି ଗାଡ଼ି ପାର୍କିଂ ହେବନାହିଁ ବୋଲି ନିର୍ଦ୍ଦେଶ ହୋଇଥିଲା। ତେଣୁ ଏହି ଅଞ୍ଚଳରେ ଦୈନିକ ଟ୍ରାଫିକ୍‌ ପୋଲିସ ଗାଡ଼ି ଉଠାଇବା ପାଇଁ ପଇଁତରା ମାରୁଛି। ଯିଏ ଗାଡ଼ି ଏହି ଅଞ୍ଚଳରେ ପାର୍କିଂ କରୁଛି, ତା ଗାଡିକୁ ଜବତ କରି, ଜରିମାନା ଆଦାୟ କରୁଛି ପୋଲିସ।

ତେବେ ଏଭଳି ପରିସ୍ଥିତିରେ ଏହି ଅଞ୍ଚଳକୁ ପଶି ଆସିଥିଲା ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟଙ୍କ ଗାଡ଼ି । ଏହି ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବୁଧବାର ପୋଲିସ ବିଧାୟକଙ୍କଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.