ବଲାଙ୍ଗିର ଅପହଞ୍ଚ ଗାଁ ଗଭାରସାରେ ମନ୍ତ୍ରୀ ଟୁକୁନି ସାହୁ
ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିରର ଜିଲ୍ଲାର ଅପହଞ୍ଚ ଗାଁ ଗଭାରସାରେ ମନ୍ତ୍ରୀ ଟୁକୁନି ସାହୁ। ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକର ଗଭାରସା ଗାଁକୁ ଯାଇ ଲୋକଙ୍କ ସମସ୍ୟା କଥା ବୁଝିଛନ୍ତି। ଗାଁଟି ପାହାଡ଼ ଉପରେ ରହିଛି। ଏଠାରେ ସରକାରୀ ଯୋଜନା ସଠିକ ଭାବେ ପହଞ୍ଚି ପାରୁ ନାହିଁ। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଏମାନେ କିପରି ପାଇବେ? ସେ ନେଇ ଯୋଜନା ହେଉଛି। ଗାଁକୁ ପାହଡ଼ ତଳକୁ ଆଣିବାକୁ ଯୋଜନା କରାଯାଉଥିବା ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି।