ବଢିବ ବିଧାୟକଙ୍କ ଦରମା ! ବିଧାନସଭାରେ ଦାବି ରଖିଲେ ସବୁ ଦଳର ବିଧାୟକ
ବିଧାନସଭାରେ ଉଠିଲା ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ଦରମା ବୃଦ୍ଧି ପାଇଁ ଦାବି କଲେ ସବୁ ଦଳର ବିଧାୟକ । ଗୃହର ଉଦବେଗକୁ ଦୃଷ୍ଟିରେ ରଖି ରୁଲିଂ ଦେଲେ ବାଚସ୍ପତି

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବଢ଼ିପାରେ ବିଧାୟକଙ୍କ ଦରମା । ବିଧାନସଭାରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠିଥିଲା । ଦରମା ବୃଦ୍ଧି ପାଇ ଦାବି କରିଛନ୍ତି ସବୁ ଦଳର ବିଧାୟକ । ଗୃହର ଉଦବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ରୁଲିଂ ଦେଇଛନ୍ତି । ବିଧାୟକ ଅମର ଶତପଥୀଙ୍କ ଅଧକ୍ଷତାରେ ଗଠିତ କମିଟି ରିପୋର୍ଟ ଦେଇ ସାରିଛି । ବିଧାୟକଙ୍କ ଦରମା ବୃଦ୍ଧି ସମ୍ପର୍କିତ ବିଲ ଗୃହରେ ଆଗତ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ କହିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଆଜି ବିଧାନସଭା ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ ।
ନରସିଂହ ମିଶ୍ରଙ୍କୁ ସମର୍ଥନ କରିଛନ୍ତି ଅମର ଶତପଥୀ । କହିଲେ ପୂର୍ବତନ ବିଧାୟକମାନେ ମଧ୍ୟ ଅସୁବିଧାରେ ଅଛନ୍ତି । ମୁଁ ରିପୋର୍ଟ ଦେଇ ସାରିଛି । ଦିଲ୍ଲୀର ବିଧାୟକ ମାନଂକ ଦରମା ବୃଦ୍ଧି ହୋଇଛି । ଏହି ପ୍ରସଙ୍ଗକୁ ନେଇ ତାରା ବାହିନୀପତି ଓ ମୋହନ ମାଝୀ ଉଦବେଗ ପ୍ରକାଶ କରିଛନ୍ତି । ସେହିପରି ବିଧାୟକଙ୍କ ଦରମା ବଢିବା ବୃଦ୍ଧି ପ୍ରସଙ୍ଗ ସମ୍ପର୍କିତ ବିଲ ଗୃହରେ ଆଗତ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ବାଚସ୍ପତି ରୁଲିଂ ଦେଇଛନ୍ତି ।