ଲ୍ୟାଣ୍ଡ ଫର ଜବ୍‌ ସ୍କାମ୍‌ : ଲାଲୁ ଯାଦବ ଏବଂ ପରିବାରକୁ ମିଳିଲା ଜାମିନ, ୫୦ ହଜାର ଟଙ୍କା ମୁଚଳିକାରେ କୋର୍ଟ ଦେଲେ ଜାମିନ

ଲାଲୁ ଯାଦବ ଏବଂ ପରିବାରକୁ ମିଳିଲା ଜାମିନ। ୫୦ ହଜାର ଟଙ୍କା ମୁଚଳିକାରେ କୋର୍ଟ ଦେଲେ ଜାମିନ । ଆଜି ଲ୍ୟାଣ୍ଡ ଫର ଜବ୍‌ ସ୍କାମ୍‌ ମାମଲାରେ ଦିଲ୍ଲୀ ରାଉସ ଏଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ।

ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ପତ୍ନୀ ରାବରୀ ଦେବୀ ଏବଂ ଝିଅ ମିସା ଭାରତୀଙ୍କୁ ମିଳିଲା ଜାମିନ । ରାଉସ ରେଭେନ୍ୟୁ କୋର୍ଟ ପକ୍ଷରୁ ଲାଲୁ ଯାଦବ, ପତ୍ନୀ ରାବରୀ ଏବଂ ମିସାଙ୍କୁ ୫୦ ହଜାର ଟଙ୍କା ମୁଚଳିକାରେ ଜାମିନ ମିଳିଛି । ମାମଲାର ଆଗାମୀ ଶୁଣାଣୀ ୨୯ ମାର୍ଚ୍ଚରେ ହେବ ।

ଆଜି ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଓ ଝିଅ ମିସା ଭାରତୀ ଦିଲ୍ଲୀ ରାଉସ ଏଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ। ରେଲେଓ୍ଵରେ ଚାକିରି ବଦଳରେ ଜମି ନେବା ମାମଲାରେ ଏମାନେ କୋର୍ଟରେ ହାଜର ହୋଇଥିଲେ ।

ଏହି ମାମଲାରେ ସିବିଆଇ ଗତବର୍ଷ ଅକ୍ଟୋବର ମାସରେ ଲାଲୁ ଓ ତାଙ୍କ ପତ୍ନୀ ରାବରୀ ଦେବୀଙ୍କ ସମେତ ୧୪ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଥିଲା। ତେବେ ଏହି ଚାର୍ଜଶିଟରେ ଗିରଫଦାରୀ ବିଷୟରେ କିଛି ଦର୍ଶାଯାଇନଥିବା କହି କୋର୍ଟ ଜାମିନ ମଞ୍ଜୁର କରିଛନ୍ତି।

ଏହି ମାମଲା ୧୪ ବର୍ଷ ପୁରୁଣା । ୨୦୦୪ରୁ ୨୦୦୯ ମଧ୍ୟରେ ଲାଲୁ ରେଳ ମନ୍ତ୍ରୀ ଥିବାବେଳେ ରେଳ ବିଭାଗରେ ଚାକିରି ଦେବା ପାଇଁ ପରିବାର ସଦସ୍ୟଙ୍କ ନାମରେ ଲୋକଙ୍କ ଜମି କରିଦେଉଥିଲେ । ତେବେ ରେଳବାଇ ନିଯୁକ୍ତିରେ ଜାଲିଆତି ହୋଇଛି ଏବଂ ରେଳବାଇରେ ନିଯୁକ୍ତ ପାଇଁ ଥିବା ର୍ନିଦ୍ଦିଷ୍ଟ ନିୟମର ଉଲ୍ଲଂଘନ ହୋଇଛି ବୋଲି ସିବିଆଇ ଚାର୍ଜସିଟରେ ଦର୍ଶାଇଛି ।

ସୂଚନାଯୋଗ୍ୟ, ଏହି ମାମଲାରେ ମାର୍ଚ୍ଚ ୬ ତାରିଖରେ ପଟନା ସ୍ଥିତ ରାବରୀ ଦେବୀ ନିବାସରେ ସିବିଆଇ ପହଞ୍ଚି ପଚରାଉଚରା କରିଥିଲା । ପଚରାଉଚରାର ୩ ଦିନ ପରେ ଇଡି ଟିମ୍‌ ଲାଲୁ ଯାଦବ, ତେଜସ୍ୱୀ ଯାଦବ ଏବଂ ତାଙ୍କ ପରିବାର ଏବଂ ସଂପର୍କୀୟଙ୍କ ପାଖାପାଖି ୧୫ଟି ଠିକଣାରେ ଚଢଉ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.