ବୋରୱେଲରେ ଖସିଥିବା ୮ ବର୍ଷର ବାଳକ ମୃତ, ଖେଳୁଥିବା ବେଳେ ୬୦ ଫୁଟ ବୋରୱେଲରେ ଖସିପଡିଥିଲା ପିଲା
ବୋରୱେଲରେ ପଡିଥିବା ୮ ବର୍ଷର ବାଳକ ଉଦ୍ଧାର । ହେଲେ ବଞ୍ଚିପାବୋରୱେଲରିଲାନି ଜୀବନ । ମଧ୍ୟପ୍ରଦେଶ ବିଦିଶାରେ ଖେଳୁଥିବା ବେଳେ ୬୦ ଫୁଟ ବୋରୱେଲରେ ଖସିପଡିଥିଲା ୮ ବର୍ଷର ପିଲା । ଉଦ୍ଧାର ପରେ ତାକୁ ହସପିଟାଲକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ ।

ମଧ୍ୟପ୍ରଦେଶ ବିଦିଶାରେ ୬୦ ଫୁଟ ଗଭୀର ବୋରୱେଲରେ ଖସିପଡିଥିବା ୮ ବର୍ଷର ବାଳକ ଲୋକେଶ ମୃତ । ୨୪ ଘଣ୍ଟା ରେସକ୍ୟୁ ଅପରେସନ ପରେ ମଧ୍ୟ ବାଳକର ଜୀବନ ଚାଲିଯାଇଛି। ରେସକ୍ୟୁ ଟିମ ଉଦ୍ଧାର କରିବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ରେସକ୍ୟୁ ଅପରେସନ ସମୟରେ SDRF ଏବଂ NDRF ଟିମ୍ ଅକ୍ସିଜେନ ସପ୍ଲାଇ କରିଥିଲେ ମଧ୍ୟ ପିଲାଟିର ଜୀବନ ବଞ୍ଚିପାରିନାହିଁ ।
ସୂଚନାଯୋଗ୍ୟ, ଗତକାଲି ସକାଳ ୧୧ଟାରୁ ଖେଳୁ ଖେଳୁ ଲୋକେଶ ୬୦ ଫୁଟ ବୋରୱେଲରେ ଖସି ପଡି ୪୩ ଫୁଟରେ ଅଟକି ରହିଥିଲା। ଲୋକେଶକୁ ଉଦ୍ଧାର କରିବା ପାଇଁ SDRF ଓ NDRF ଟିମ୍ ପକ୍ଷରୁ ରେସକ୍ୟୁ ଅପରେସନ୍ ଜାରି ରହିଥିଲା।
ବାଳକ ପାଖକୁ କୌଣସି ପ୍ରକାର ସୁବିଧା ପହଞ୍ଚିପାରିନଥିଲା। ପିଲାଟି କିଛି ହଲଚଲ ହେଉଥିବାରୁ ଜୀବିତ ଥିବା ଅନୁମାନ କରୁଥିଲେ ଉଦ୍ଧାରକାରୀ ଦଳ ।
An eight-year-old boy named Lokesh Ahirwar died after falling into a 60-foot open borewell in #MadhyaPradesh‘s Vidisha district on Tuesday, 14 March. His body was recovered after a rescue operation that lasted for nearly 24 hours, @vishnukant_7 reports. https://t.co/eErlUQ4QD3
— The Quint (@TheQuint) March 15, 2023
ଗତକିଛି ପୂର୍ବରୁ ୨୦୦ ପୁଟ ଗାତ ଭିତରେ ୫ବର୍ଷର ପିଲା ଖେଳୁ ଖେଳୁ ଖସିପଡିଥିଲା। ପିଲାଟି ୨୦ ଫୁଟରେ ଅଟକି ଥିବା ବେଳେ ଉଦ୍ଧାରକାରୀ ଦଳ ତାଙ୍କୁ କାଢିବାରେ ସଫଳ ହୋଇଥିଲେ । କିନ୍ତୁ ପିଲାଟି ସେତେବେଳକୁ ମୃତ୍ୟୁବରଣ କରିଥିଲା ।