କୋଭିଡ୍‌ ସମୟରେ ପରିବହନ ସେବାରେ ସୃଜନ ପାଇଁ ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହେଲା କ୍ରୁଟ୍

କେନ୍ୟୁଜ (ବ୍ୟୁରୋ): କୋଭିଡ୍‌ ସମୟରେ ନଗର ପରିବହନ ସେବାରେ ସୃଜନ ପାଇଁ କ୍ରୁଟ୍‌ ପୁଣି ଥରେ ପୁରସ୍କୃତ । ସିଟି ବସ୍‌ ସେବା ମୋ ବସ୍‌ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଦେଶର ଶୀର୍ଷ ପୁରସ୍କାର ଜିତିଛି । ଭାରତ ସରକାରଙ୍କ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ଗତକାଲି ସଂଧ୍ୟାରେ ଏକ ଜାତୀୟ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।


ଚଳିତ ବର୍ଷ କୋଭିଡ୍‌-19 ମହାମାରୀ ସମୟରେ ସହରୀ ପରିବହନରେ ସୃଜନତା ପାଇଁ କ୍ରୁଟ୍‌କୁ ପୁରସ୍କୃତ କରିଥିଲେ । କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ଶ୍ରୀ ବୋଥ୍ରା କହିଥିଲେ, କ୍ରମାଗତ ଦ୍ୱିତୀୟ ଥର ୟୁଏମ୍‌ଆଇ ପୁରସ୍କାର ଗ୍ରହଣ କରି ଆମେ ଆନନ୍ଦିତ । ଏଥିପାଇଁ ପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । କ୍ରୁଟ୍‌ ଭୁବନେଶ୍ୱରର ଏଭଳି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.