Below header

ଭାରତର ସବୁଠାରୁ ବଦାନ୍ୟ ବ୍ୟକ୍ତି ହେଉଛନ୍ତି ଅଜିମ୍‌ ପ୍ରେମ୍‌ଜୀ, ଦିନକୁ ଦାନ କରନ୍ତି ୨୨ କୋଟି

ନୂଆଦିଲ୍ଲୀ : ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ତଥା ଓ୍ଵିପ୍ରୋର ଅଧ୍ୟକ୍ଷ ଅଜିମ୍‌ ପ୍ରେମଜୀ ୨୦୨୦ ବର୍ଷ ପାଇଁ  ଭାରତର ସବୁଠୁ ବଦାନ୍ୟ ବ୍ୟକ୍ତି ଭାବେ ସ୍ଥାନ ପାଇଛନ୍ତି । ସେ ୨୦୨୦ ବର୍ଷ ପାଇଁ ୭,୯୪୦ କୋଟି ଟଙ୍କା ଦାନ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି । ସେହି ହିସାବରେ ଦେଖିବାକୁ ଗଲେ ପ୍ରେମଜୀ ଦିନକୁ ୨୨ କୋଟି ଟଙ୍କା ଦାନ କରିଛନ୍ତି ବୋଲି EdelGive Hurun India Philanthropy List 2020 ରେ ପ୍ରକାଶ ପାଇଛି । ଫଳରେ ପ୍ରେମଜୀଙ୍କୁ ଭାରତର ସବୁଠୁ ବଦାନ୍ୟ ଓ ଜନହିତକାରୀ ବ୍ୟକ୍ତି ଭାବେ ଗଣନ କରାଯାଇଛି ।

ସୂଚନା ମୁତାବକ ଅଜିମ୍‌ ଏଣ୍ଡୋମେଣ୍ଟ ଫଣ୍ଡ ୱିପ୍ରୋ କମ୍ପାନୀର ୧୩.୬ ପ୍ରତିଶତ ସେୟାର ରଖିଛି। ଯାହାଫଳରେ ପ୍ରମୋଟର ସେୟାରରୁ ମିଳୁଥିବା ସମସ୍ତ ଲାଭ ଏହି ଫଣ୍ଡକୁ ଯାଉଛି। ୨୦୨୦ ଏପ୍ରିଲ୍ ୧ରେ ଅଜିମ୍ ପ୍ରେମ୍ଜି ଫଉଣ୍ଡେସନ୍ ୧ ହଜାର କୋଟି, ୱିପ୍ରୋ ୧୦୦ କୋଟି ଏବଂ ୱିପ୍ରୋ ଏଣ୍ଟରପ୍ରାଇଜେସ୍ ୨୫ କୋଟି ଟଙ୍କା ଦାନ କରିଥିଲା ।

ଯାହାକି ତାଙ୍କ ସିଏସ୍ଆର୍ କାର୍ଯ୍ୟରେ ଯୋଗ ହୋଇଥିଲା ଏବଂ ଏହି ଟଙ୍କାକୁ ସେ ଭାରତରେ କୋଭିଡ୍ ପରିଚାଳନା କାର୍ଯ୍ୟରେ ବିନିଯୋଗ ପାଇଁ ଦାନ କରିଥିଲେ ବୋଲି EdelGive Hurun India କହିଛି।ଅଜିମ୍‌ଙ୍କ ପଥ ଅନ୍ୟ ବ୍ୟବସାୟୀ ବନ୍ଧୁ ଅନୁସରଣ କରିବା କଥା ବୋଲି ହୁରୁନ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ ଗବେଷକ ଅନସ୍ ରେହମାନ ଜୁନୈଦ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.