Below header

ମୋବଇଲ ବ୍ୟାଟେରୀ ସହ ପେନ୍‌ସିଲ୍‌ ବ୍ୟାଟେରୀରୁ ବିଦ୍ୟୁତ୍‌ ବଲ୍‌ବ ସଂଯୋଗ ସମୟରେ ବିସ୍ଫୋରଣ, ନାବାଳକ ଗୁରୁତର

ବାଲିଗୁଡ଼ା : ମୋବଇଲ ବ୍ୟାଟେରୀ ସହ ପେନ୍‌ସିଲ୍‌ ବ୍ୟାଟେରୀରୁ ବିଦ୍ୟୁତ୍‌ ବଲ୍‌ବ ସଂଯୋଗ ସମୟରେ ଅଘଟଣ। ମୋବଇଲ ବ୍ୟାଟେରୀ ଫାଟି ଜଣେ ନାବାଳକ ଗୁରୁତର ଆହତ ହୋଇଛି। ତାଙ୍କ ହାତ ଆଙ୍ଗୁଠି ଛିଡି ଯାଇଛି। ଗୁରୁତର ଅବସ୍ଥାରେ ବାଳକ ଜଣକୁ ପ୍ରଥମେ ସୁବର୍ଣ୍ଣଗିରି ଓ ପରେ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଗୁଗୁରମାହା ପଞ୍ଚାୟତ ମ୍ଲେଦା ଗାଁରେ ଏହି ଅଘଟଣ ଘଟିଛି। ଗାଁର ମାଇତେକ ଗୁଣ୍ଡ୍ର୍ରାମାଝିଙ୍କ ପୁଅ ରୁବେନ୍‌ ଘରେ କେହି ନଥିବା ସମୟରେ ପେନସିଲ୍‌ ବ୍ୟାଟେରୀ ସହାୟତାରେ ବିଦ୍ୟୁତ୍‌ ବଲ୍‌ବ ଜଳାଇବା ସମୟରେ ହତାଠ୍‌ ବ୍ୟାଟେରୀଟି ଫାଟିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.