କେନ୍ଦ୍ରାପଡ଼ା ଗହିରମଥାରେ ଅଲିଭ ରିଡେଲଙ୍କ ଅଣ୍ଡାଦନ ପ୍ରକ୍ରିୟା ଆରମ୍ଭ, ସୁରକ୍ଷା ଦେବାକୁ ବନ ବିଭାଗ ଗଠନ କରିଛି ୧୪ଟି ଟିମ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଗହିରମଥାରେ ଅଲିଭ ରିଡେଲଙ୍କ ଅଣ୍ଡାଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଗତକାଲି ସକାଳ ସୁଦ୍ଧା ୭୮ ହଜାର କଇଁଛ ଅଣ୍ଡାଦାନ କରିଥିବା ସୂଚନା ମିଳିଛି। ନାଶି-୧, ନାଶି-୨ ଓ ଅଗରନାଶିରେ କଇଁଛ ଅଣ୍ଡାଦାନ କରିଛନ୍ତି। ମୁଖ୍ୟତଃ ନାଶୀ-୧ରେ ସମୂହ ଅଣ୍ଡାଦାନ ଦେଖିବାକୁ ମିଳିଛି। ସାଧାରତଃ ସୂର୍ଯ୍ୟାସ୍ତ -ସୂର୍ଯ୍ୟୋଦୟ ମଧ୍ୟରେ କଇଁଛମାନେ ଉପକୂଳକୁ ଆସି ଅଣ୍ଡାଦାନ କରୁଛନ୍ତି। ଅଣ୍ଡାଗୁଡିକ ପ୍ରତି କାଉ, ଗୋଧି, ବିଲୁଆ ଓ କୁକୁରମାନେ ନଷ୍ଟ କରି ଦିଅନ୍ତି। ତେଣୁ ଅଣ୍ଡାଗୁଡିକୁ ସୁରକ୍ଷା ଦେବାକୁ ବନ ବିଭାଗ ୧୪ଟି ଟିମ୍‌ ଗଠନ କରିଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.