ଝାରପଡା ଜେଲ ଭିତରେ ମୋବାଇଲ ଫୋନ୍‌!, କଥା ହେଉଛନ୍ତି ପୂର୍ବତନ ମନ୍ତ୍ରୀଙ୍କ ପୁଅ ବେଣୁ ମାଧବ ପଣ୍ଡା

ଜେଲ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଭିତରେ ବୁଲୁଛି ଆଣ୍ଡ୍ରଏଡ୍‌ ମୋବାଇଲ ଫୋନ୍‌ । ମୋବାଇଲରେ ସୁଟିଂ ହୋଇଛି ପୁଳା ପୁଳା ଟଙ୍କା, ଗଞ୍ଜେଇ ଓ ସିଗାରେଟ୍‌ । ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାର ଭିତରୁ ଏ ଚିତ୍ର ଭାଇରାଲ ହୋଇଛି । ଯାହାକୁ ନେଇ ଝାରପଡା ଜେଲକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ । କେମିତି ଜେଲ ଭିତରକୁ ଗଲା ଆଣ୍ଡ୍ରଏଡ୍‌ ମୋବାଇଲ ଫୋନ୍‌ ? କେଉଁ କଏଦୀଙ୍କ ପାଇଁ ଜେଲ ଭିତରେ ମୋବାଇଲ ଫୋନ ସୁବିଧାା ପୁଳା ପୁଳା ଟଙ୍କା ଆସିଲା କେଉଁଠୁ?

ଆହୁରି ପଢନ୍ତୁ: ବିବାହ ପାଇଁ ଅନଲାଇନରେ ବୁକ୍ କରିପାରିବେ ଟ୍ରେନ୍ କିମ୍ବା ବଗି, ଜାଣନ୍ତୁ ପୂରା ନିୟମ

ସେପଟେ ବାଲେଶ୍ୱର ଜିଲ୍ଲା ସୋର ଉପ-କାରାଗାର ଭିତରୁ ଏ ହେଉଛି ଚିତ୍ର । ଗିରଫ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ପୁଅ ବେଣୁ ମାଧବ ପଣ୍ଡା ଜେଲ ଭିତରେ ମୋବାଇଲ ରେ କଥା ହେଉଛନ୍ତି । ପାଖରେ ନିଜ ସ୍ତ୍ରୀ ଓ ୫ରୁ ୬ଜଣ ଲୋକ ବସିଛନ୍ତି । ଜେଲ ଭିତରେ ବୈଠକ ହେଉଥିବାରୁ ଜେଲ ଓ୍ଵାର୍ଡରଙ୍କ ଭୂମିକା ନେଇ ପ୍ରଶ୍ନ ଉଠିଛି ।

ଆହୁରି ପଢନ୍ତୁ: ତ୍ରୁଟିକୁ ସୁଧାରିଛି ଇସ୍ରୋ, ଚନ୍ଦ୍ରୟାନ-୨ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍‌

ଜେଲ ଭିତରେ ଥିବା କଏଦୀଙ୍କ ପାଖକୁ ବାହାରୁ କୌଣସି ସାମଗ୍ରୀ ଗଲେ ତାହକୁ ଜେଲ କର୍ତ୍ତୃପକ୍ଷ ଯାଞ୍ଚ କରିବାର ନିୟମ ରହିଛିା ବିଭିନ୍ନ ସମୟରେ ପୋଲିସ ପକ୍ଷରୁ ଚଢ଼ାଉ ବି ହୋଇଥାଏା ଏହା ସତ୍ୱେ କିଭଳି ଜେଲ ଭିତରେ ମୋବାଇଲ, ଗଞ୍ଜେଇ, ଟଙ୍କା, ସିଗାରେଟ ଗଲା ତାକୁ ନେଇ ପ୍ରଶ୍ନ ଉଠିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.