କେନ୍ଦୁଝର: ମୋବାଇଲ ଚାର୍ଜ ଲଗାଇ ଶୋଇଥିବା ବେଳେ ଘଟିଲା ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ସାମ୍ୱାଦିକଙ୍କ ପରିବାର

ବାଂଶପାଳ(କେନ୍ୟୁଜ୍): ମୋବାଇଲ ଫୋନ ଚାର୍ଜରେ  ଲାଗିଥିବା ବେଳେ ହଠାତ ବିସ୍ଫୋରଣ ହୋଇ ଜଳିଗଲା। ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ ଚାରି ଘରର ଆଡ଼େ ବ୍ୟାପି ଯାଇଥିଲା। ମିଳିଥିବା ସୂଚନା ମୁତାବକ ଯୁବ ସାମ୍ୱାଦିକ ପବିତ୍ର ପଲେଇ  ସପରିବାର ଗତ କାଲି ରାତି ଘରେ ଖାଇ ସାରି ଶୋଇଥିବା ବେଳେ ଚାର୍ଜରେ ଲାଗିଥିବା ସାମସଙ୍ଗ ମୋବାଇଲ ଫୋନଟି ହଠାତ ବିସ୍ପୋରଣ ହୋଇ ଜଳିଯାଇଥିଲା।  ରାତି ୧୨  ସମୟରେ ଏହି ଘଟଣା ଘଟିଥିଲା।

ଉପସ୍ଥିତ ବୁଦ୍ଧି ଖଟାଇ କପଡ଼ାରେ ନିଆଁକୁ ଆୟତ କରିବା ପରେ ବଡ ଦୁର୍ଘଟଣାରୁ ଅଳ୍ପକେ  ବର୍ତ୍ତିଯାଇଥିଲେ   ସାମ୍ବାଦିକଙ୍କ ପରିବାର। ସାମସଙ୍ଗ ଫୋନରେ  ନିଆଁ ଲାଗିଯିବାରୁ ଚାରି ଆଡ଼େ ବ୍ୟାପି ଯାଇଥିଲା । ଫଳରେ ଫ୍ରି ର ଖୋଳ ସହିତ ପାଖରେ ଥିବା ଅନ୍ୟ ଏକ ମୋବାଇଲ ଫୋନ ମଧ୍ୟ ନଷ୍ଟ ହୋଇ ଯାଇଛି।ଘଟଣାକୁ ନେଇ ସାମ୍ବାଦିକଙ୍କ ପରିବାରରେ ଭୟର ବାତାବରଣ ସୃଷ୍ଟି ହୋଇଛି।

You might also like