Below header

ଜାଣନ୍ତୁ, ଏହି ଉପାୟ କଲେ ଫିଟିଯିବ ଶୀଘ୍ର ବିବାହ ଯୋଗ

କୁହାଯାଏ ବିବାହ ସ୍ୱର୍ଗରେ ଗଢ଼ା ହୁଏ । ଅର୍ଥାତ ବିବାହ ଉଚିତ୍‌ ସମୟ ନହେଲେ ହୁଏନି । କିନ୍ତୁ ଏବେ ବିବାହ ଅତି ବିଳମ୍ବ ହେଉଥିବା ଦେଖିବାକୁ ମୁଳୁଛି । ଏଥିପାଇଁ ପରିବାର ଲୋକେ ବହୁ ଚିନ୍ତାରେ ରହୁଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ । ଯାହାକୁ ପ୍ରୟୋଗ କଲେ ଆପଣଙ୍କ ବିବାହ ଶୀଘ୍ର ହୋଇଯିବ ।

ବିଳମ୍ବ ହେବାର ରହିଛି ଅନେକ କାରଣ

ପୁଅ ଓ ଝିଅ ଉଚ୍ଚ ଶିକ୍ଷା ଓ କ୍ୟାରିଅରକୁ ଦୃଷ୍ଟି ଦେଇ ଅଧିକ ବୟସ ଯାଏ ରହିଯାଉଛନ୍ତି । ଯାହା ବିବାହ ବିଳମ୍ବର ଏକ ମୁଖ୍ୟ କାରଣ । ଏହାଛଡ଼ା କୁଣ୍ଡଳୀରେ ଦୋଷ ତ୍ରୁଟି ଯୋଗୁ ମଧ୍ୟ ବିବାହ ବିଳମ୍ବ ହୋଇଥାଏ ବୋଲି ଜ୍ୟୋତିଷବିତ୍‌ଙ୍କ ମତ । ତେବେ ବିବାହ ଦୋଷରୁ ମୁକ୍ତ ହେବା ପାଇଁ କିଛି ବିଧି ବିଧାନ ରହିଛି । ଯାହାକୁ ଆପଣେଇ ଆପଣ ଶୀଘ୍ର ବିବାହ କରିପାରିବେ ।

horoscope
photo credit: indiaMART

ଏହି ଉପାୟ ଦ୍ୱାରା ହୋଇଥାଏ ଶୀଘ୍ର ବିବାହ ଯୋଗ

– ଲଗ୍ନେଶ ଯେତେବେଳେ ଗୋଚରରେ ସପ୍ତମ ଭାବ ରାଶିରେ ଆସିଥାଏ ସେତେବେଳେ ବିବାହ ସମ୍ଭବ ହୋଇଥାଏ ।

– ଶୁକ୍ର ସପ୍ତମେଶ ସହ ଥିଲେ ସପ୍ତମେଶଙ୍କ ଦଶା ଅନ୍ତର୍ଦଶାରେ ବିବାହ ଯୋଗ ଫିଟିଥାଏ ।

– ସବୁ କିଛି ଠିକ୍‌ ଥାଇ ମଧ୍ୟ ବିବାହରେ ଯଦି ବାଧା ଆସିଥାଏ ତେବେ ଝିଅଙ୍କୁ ମଙ୍ଗଳ ସ୍ତୋତ୍ର, ପାର୍ବତୀ ମଙ୍ଗଳ ପାଠ କରିବା ଉଚିତ୍‌, କାତ୍ୟାୟନୀଙ୍କ ଜପ ମଧ୍ୟ ଲାଭଦାୟକ ହୋଇଥାଏ ।

– କୁଣ୍ଡଳୀରେ ସପ୍ତମ ଭାବ ସ୍ୱାମୀ କମ୍ବା ଏହି ଭାବର କାରକ କିମ୍ବା ବୃହସ୍ପତି ପାପ ଗ୍ରହ ସହ ଯୁକ୍ତ ଅଥବା ପାପ ଗ୍ରହଙ୍କ ଦୃଷ୍ଟିରେ ଥିଲେ ବିବାହ ବିଳମ୍ବ ହୋଇଥାଏ । ତେଣୁ ପୋଖରାଜ ରତ୍ନ ଜ୍ୟୋତିଷ ପରାମର୍ଶ ଅନୁଯାୟୀ ପିନ୍ଧିଲେ ଶୀଘ୍ର ବିବାହ ହେବ ।

– ପୁରୁଷଙ୍କ କୁଣ୍ଡଳୀରେ ଶୁକ୍ର ବଳବାନ କିମ୍ବା ଶୁଭ ସ୍ଥିତିରେ ହେବା ଆବଶ୍ୟକ । ପୁରୁଷଙ୍କ ବିବାହ ଡେରି ହେବା କାରଣ ପଛରେ ସପ୍ତମ ଭାବ ସ୍ୱାମୀ ତଥା ଏହି ଭାବର କାରକ ପାପ ଗ୍ରହ ସହ ଯୁକ୍ତ କମ୍ବା ଦୃଷ୍ଟିରେ ଅବା ବଳହୀନ ଥିଲେ ବିବାହ ଡେରି ହୋଇଥାଏ । ତେଣୁ ଜ୍ୟୋତିଷଙ୍କ ପରାମର୍ଶରେ ହୀରା ରତ୍ନ ଧାରଣ କରିପାରିବେ ।

– ଜ୍ୟୋତିଷଙ୍କ ପରାମର୍ଶରେ ଅନ୍ୟ ଉପାୟ ମଧ୍ୟ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.