Below header

ଖୋର୍ଦ୍ଧା: ବାଣପୁର ଖଇରାପଲି ଗ୍ରାମରେ ପାଣିରେ ବୁଡି ୧୫ ବର୍ଷ ନାବାଳକର ମୃତ୍ୟୁ

ଟାଙ୍ଗି(କେନ୍ୟୁଜ୍):  ପାଣିରେ ବୁଡି ୧୫ ବର୍ଷ ନାବାଳକର ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଖଇରାପଲି ଗ୍ରାମରେ। ମିଳିଥିବା ସୂଚନା ମୁତାବକ ଗ୍ରାମର ସହଦେଵ ଶବରଙ୍କ ପୁଅ ପ୍ରଦୀପ ଶବର (୧୫)  ମାଉସୀ ଘର ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଅନ୍ତର୍ଗତ ଖଇରାପଲି ଗ୍ରାମରେ ରହୁଥିଲେ । ଆଜି ଅପରାହ୍ନ ସମୟରେ ଗାଁର ଦୁଇ ଜଣ ନାବାଳକଙ୍କ ସହ ପ୍ରଦୀପ ନିକଟସ୍ଥ ଏକ କେନାଲକୁ  ଗାଧେଇବାକୁ ଯାଉଥିଲେ।

ତେବେ ଗାଧେଇଲା ବେଳେ ଅସାବଧାନତା ହୋଇ ପ୍ରଦୀପଙ୍କ ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ ପିଲାମାନେ ବଡ଼ ପାଟିରେ ଚିତ୍କାର କରି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସଫଳ ହୋଇନଥିଲେ । ପରେ ସାଙ୍ଗମାନେ ସେଠାରୁ ଦୌଡ଼ି ଯାଇ ମାଉସୀଙ୍କ ଘରେ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ସମ୍ପର୍କୀୟ ଲୋକ.ଘଟଣାସ୍ଥଳରେ ପହଞ୍ଚି ଥିଲେ ସୁଦ୍ଧା  ପିଲାକୁ ଉଦ୍ଧାର କରିବାରେ ସଫଳ ହୋଇନଥିଲେ ।  ତୁରନ୍ତ ଘଟଣା ସମ୍ପର୍କରେ ସୂଚନା ପାଇ ବବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ସଦଳବଳେ ଦୁର୍ଘଟଣାସ୍ଥଳରେ ପହଞ୍ଚି ପାଣିରୁ ପ୍ରଦୀପଙ୍କ ଶବକୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଛନ୍ତି । ତେବେ ପ୍ରଦୀପଙ୍କ ପରିବାର ଅତ୍ୟନ୍ତ ଗରିବ  ଘର ହୋଇଥିବାରୁ ।  ମୃତ ପରିବାରକୁ  ସରକାରୀ ସାହାଯ୍ୟ ପାଇଁ ସାଧାରଣରେ ଦାବି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.