ଜୁଲାଇ ଶେଷ ସୁଦ୍ଧା ଦୈନିକ ୧ କୋଟି ଟିକା ଦିଆଯିବ, ଏମିତି କହିଲେ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ :  ଦେଶରେ କରୋନା ସଂକ୍ରମଣ ଅନୁସାରେ ଟିକାକରଣ ହୋଇପାରୁନି । ଅଧିକାଂଶ ରାଜ୍ୟରେ ଟିକାର ଅଭାବ । କେଉଁଠି ପ୍ରଥମ ଡୋଜ୍‌ ଦିଆଯାଇନି ତ କେଉଁଠି ଦ୍ୱିତୀୟ ଡୋଜ୍‌ ପାଇଁ ଟିକାକୁ ଅପେକ୍ଷା କରିଛନ୍ତି ଲୋକେ । ଟିକାକୁ ନେଇ କେନ୍ଦ୍ର ସରକାର ସମାଲୋଚନାର ଶିକାର ହେଉଥିବା ବେଳେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଏକ ବଡ଼ ବୟାନ ଦେଇଛନ୍ତି । ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ଦୈନିକ ୧ କୋଟି ଟିକାକରଣ ହେବ ବୋଲି ଶ୍ରୀ ଗୁଲେରିଆ କହିଛନ୍ତି ।

ଟିକା ଟାର୍ଗେଟ ପୂରଣ ପାଇଁ ଟିକା ଉତ୍ପାଦନ ବୃଦ୍ଧି କରିବା ସହ ବିଦେଶରୁ ଟିକା ଉତ୍ପାଦନ ପାଇଁ ରଣନୀତିର ଆବଶ୍ୟକ ବୋଲି ଶ୍ରୀ ଗୁଲେରିଆ କହିଛନ୍ତି । ଏହାଛଡ଼ା ଗର୍ଭବତୀ ମହିଳାଙ୍କୁ ଆଗ ଟିକା ଦେବା ପାଇଁ ସେ ପରମର୍ଶ ଦେଇଛନ୍ତି । କୋଭାକ୍ସିନ୍‌ ଟିକା ଏକ ନିଷ୍କ୍ରିୟ ଭୁତାଣୁ ହୋଇଥିବାରୁ ଏହା ଗର୍ଭବତୀ ମହିଳାଙ୍କ ପାଇଁ ନିରାପଦ ବୋଲି ଶ୍ରୀ ଗୁଲେରିଆ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.