ଆଜିଠାରୁ ଝାରସୁଗୁଡା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ, ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ମେ ୧୦ରେ ଭୋଟିଂ,୧୩ରେ ଫଳାଫଳ ପ୍ରକାଶ ପାଇବ । ତେଣୁ ଆଜିଠାରୁ ଝାରସୁଗୁଡା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ।

ଭୁବନେଶ୍ବର(କେନ୍ୟୁଜ୍): ଝାରସୁଗୁଡା ଉପନିର୍ବାଚନ।ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ। ଝାରସୁଗୁଡା ଉପ ନିର୍ବାଚନ ନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ ୧୦ରେ ଭୋଟିଂ,୧୩ରେ ଫଳାଫଳ ପ୍ରକାଶ ପାଇବ । ତେଣୁ ଆଜିଠାରୁ ଝାରସୁଗୁଡା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ଆସନ୍ତା ଏପ୍ରିଲ ୧୩ରେ ଉପ ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି।

ଝାରସୁଗୁଡାରେ ମୋଟ ୨ ଲକ୍ଷ ୨୧ ହଜାର ୭୦ ଜଣ ଭୋଟର ଥିବା ବେଳେ ପୁରୁଷ ଭୋଟର ୧ ଲକ୍ଷ ୧୦ହଜାର ୩୨୦ ଏବଂ ମହିଳା ଭୋଟର ୧ଲକ୍ଷ ୧୦ ହଜାର ୬୮୭ ଅଛନ୍ତି। ୮୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ୪୦୭୪ ଜଣ ଥିବା ବେଳେ ୨୫୨୬ ଜଣ ଭିନ୍ନ କ୍ଷମ ଭୋଟର ରହିଛନ୍ତି। ନିର୍ବାଚନ ସମୟରେ ଖରାଦିନ ଥିବାରୁ ଗ୍ରୀଷ୍ଣପ୍ରବାହ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ନିର୍ବାଚନ ପାଇଁ EVM ମହଜୁଦ ଅଛି। ରାଜ୍ୟରେ କୋଭିଡକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ସହାୟତା ନିଆଯିବ।