୨୦୧୯ରେ ଶ୍ରୀକ୍ଷେତ୍ରରୁ ନିର୍ବାଚନ ଲଢ଼ିବେ କି ପ୍ରଧାନମନ୍ତ୍ରୀ ? ପ୍ରତିକ୍ରିୟା ରଖିଛନ୍ତି ଖୋଦ ନରେନ୍ଦ୍ର ମୋଦି

ପୁରୀ (କେନ୍ୟୁଜ୍) : ୨୦୧୯ରେ ଶ୍ରୀକ୍ଷେତ୍ରରୁ ନିର୍ବାଚନ ଲଢ଼ିବେ କି ପ୍ରଧାନମନ୍ତ୍ରୀ ? ଏଭଳି ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ସାକ୍ଷାତକାରରେ ସେ କହିଛନ୍ତି, ଏହା କେବଳ କଳ୍ପନାଜଳ୍ପନା । ଗଣମାଧ୍ୟମର ପରିକଳ୍ପନା । ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ସେ ପୁରୀରୁ ନିର୍ବାଚନ ଲଢିବା ନେଇ ଦଳ କିଛି ନିଷ୍ପତ୍ତି ନେଇ ନାହିଁ ବୋଲି ସଙ୍କେତ ମିଳୁଛି । ଅର୍ଥାତ ବର୍ତ୍ତମାନ ବିଜେପି ଯୋଜନା ସମ୍ପର୍କରେ କିଛି ପ୍ରକାଶ କରୁ ନାହିଁ । ୨୦୧୪ରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ବାରଣାସୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ବିପୁଳ ବିଜୟ ହାସଲ କରିଥିଲେ ।

ଏହାସହ ବିଜେପି ମଧ୍ୟ ଉତ୍ତରପ୍ରଦେଶ ଅଦ୍ଭୂତପୂର୍ବ ସଫଳତା ବି ପାଇଥିଲା । ୟୁପିର ୮୦ ଲୋକସଭା ଆସନରୁ ବିଜେପି ଏକାକୀ ୭୧ ଆସନ ହାତେଇଥିଲା । ତେଣୁ ୨୦୧୯ରେ ବାରଣାସୀ ସହ ମୋଦି ପୁରୀ ଆସନରୁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ବିଭିନ୍ନ ସମୟରେ ଗଣମାଧ୍ୟମ ଓ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହୁଛି । ଏମିତି ବି ବିଜେପି ପୂର୍ବ ଭାରତକୁ ଫୋକସ୍ କରୁଥିବା ବେଳେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ନଜର ରଖିଛି । ଏଭଳି ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛନ୍ତି ନିଜେ ପ୍ରଧାନମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.