ତିତିଲି କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ପାଇଁ ଲାଞ୍ଚ ମାଗି ଫସିଲେ ସରପଞ୍ଚ

ମୋହନା (କେ ନ୍ୟୁଜ୍‌) : ତିତଲି କ୍ଷତିଗ୍ରସ୍ତଙ୍କୁ ଘରଭଙ୍ଗା ସହାୟତା କରାଇ ଦେବା ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ ସରପଞ୍ଚ । ସରପଞ୍ଚଙ୍କୁ ଧରିଲେ ତହସିଲଦାର । ଗଜପତି ଜିଲ୍ଲା ମୋହନା ବ୍ଲକ ମାଣ୍ଡିମେରା ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ମାଝୀ ସେହି ପଞ୍ଚାୟତର ବାଲିପଦର ପଡ଼ା ବାସିନ୍ଦା କ୍ରିଷାନ୍ତ ଲିମାଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତାହା ପୁଣି ତହସିଲଦାରଙ୍କ ନାଁରେ । ଏନେଇ କ୍ରିଷାନ ଲିମା ଅଭିଯୋଗ କରିବା ପରେ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ସଂପୃକ୍ତ ସରପଞ୍ଚଙ୍କୁ ତାଗିଦ କରିଥିଲେ ।
ଘଟଣା ବିଷୟରେ ତହସିଲଦାର ସରପଞ୍ଚ ପ୍ରଶାନ୍ତ ମାଝୀଙ୍କୁ ପଚରା ଉଚରା କରିବା ସମୟରେ ସେ ତାଙ୍କ ଦୋଷ ସ୍ବୀକାର କରିଥିଲେ। ସରପଞ୍ଚ ଏପରି ଅନେକ ଲୋକଙ୍କ ନିକଟରୁ ଟଙ୍କା ନେଇଥିବା ମଧ୍ୟ ସ୍ବୀକାର କରିଥିଲେ। ସେ ତହସିଲଦାରଙ୍କ ପ୍ରଶ୍ନର ଉତ୍ତର ଦେଇ ଦୋଷ ସ୍ୱୀକାର କରିଥିବାର ଭିଡିଓ କେ ନ୍ୟୁଜ୍‌ ହାତରେ ଲାଗିଛି ।
ଘଟଣା ଜଣାପଡ଼ିବା ପରେ ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି।

Leave A Reply

Your email address will not be published.