ଗଞ୍ଜାମ ଜିଲ୍ଲା ଆସିକା ଚିନି କଳ ପରିସରରେ ଟ୍ୟାଙ୍କ ଫାଟି ଭାସୁଛି ମୋଲାସିସ

ଗଂଜାମ ଜିଲ୍ଲା ଆସିକା ସ୍ଥିତ ଏକ ଚିନିକଳ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି । ମୋଲାସିସ ଟ୍ୟାଙ୍କର ଏକ ପାଇପରେ ଫାଟ ସୃଷ୍ଟି ହୋଇ ଏପରି ଏକ ବିପଦ ପୂର୍ଣ୍ଣ ଘଟଣା ଘଟିଥିବା ଜଣାଯାଇଛି । ଚିନି କଳର ତିନି ନମ୍ବର ପାଇପରୁ ଭାସୁଥିବା ମୋଲାସିସ ଗୁଡିକୁ ଖୁବ ଶୀଘ୍ର ସଂଗ୍ରହ କରାଯିବା ନେଇ ପ୍ରସ୍ତୁତି ଦେଇଛନ୍ତି ଚିନିକଳ ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ବେହେରା । ପ୍ରକାଶ ଥାଉ କି, ୨୦୧୨ ମସିହାରେ ଆସିକା ସ୍ଥିତ ଏକ ଚିନି କଳର ମୋଲାସିସ ଟ୍ୟାଙ୍କ ଫାଟିଯିବାରୁ ୨ ଜଣଙ୍କ ମୃତ୍ୟୁ ହେବା ସହ ଚିନି କଳ ବାହାରେ ଅନେକ ଧାନ ସମ୍ପତ୍ତି ନଷ୍ଟ ହୋଇଥିଲା । ସେସମୟରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯିବା ସହ ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକେ ପ୍ରତିବାଦ କରିବା ସହ ରାସ୍ତା ଅବରୋଧ ମଧ୍ୟ କରିଥିଲେ । ଏବେ ପୁଣି ଘଟଣାର ପୁନରାବୃତ୍ତି ହୋଇଥିବାରୁ ସ୍ଥାନୀୟ ଅଂଚଳରେ କୋକୁଆଭୟ ଖେଳିଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.