Below header

ସୁଇମିଂ ପୁଲରେ ଭାସୁଛି ଏହି ଭୂତ ଘର, ପାଖକୁ ଆସିବା ମାତ୍ରେ ହେଉଯାଉଛି ଗାଏବ

ଭୂତ କଥା ଶୁଣିଲେ ଯେକେହି ବି ଡରିଥାଏ। ଆଉ ଭୂତଘର ବିଷୟରେ ଶୁଣିଲେ ଆପଣମାନେ ମଧ୍ୟ ନିଶ୍ଚିତ ଭାବେ ଡରୁଥିବେ। ଆପଣମାନେ ଛୋଟବେଳରୁ ଅନେକ ଭୂତପ୍ରେତ ଘର ବିଷୟରେ କଥା ଶୁଣିଥିବେ। କିନ୍ତୁ ଆଜି ଆମେ ଯେଉଁ ଭୂତ ଘର ବା Ghost house ବିଷୟରେ କହିବାକୁ ଯାଉଛୁ, ତାହା ବିଷୟରେ ଜାଣିଲେ ଆପଣ ଚକିତ ହୋଇପଡିବେ। ଏପରି ଏକ ସ୍ଥାନ ବ୍ରିଟେନରେ ରହିଛି।

hh

ବ୍ରିଟେନର ଓ୍ଵାରଓ୍ଵିକଶାୟରରେ ମୋରେଟନ ପୋଡାକ୍ସ ନାମକ ଏକ ଗାଁରେ ଏହି ଭୂତ ବଙ୍ଗଳାଟି ରହିଛି। ଯାହାକୁ ଲୋକେ ଦେଖି ଚକିତ ହୋଇପଡିଥାନ୍ତି। ଆପଣ ଯଦି ଏହାର ନାମ ଶୁଣି ଭୟ କରୁଛନ୍ତି, ତେବେ ଭୟ କରିବାର କିଛି ନାହିଁ। ଏଠାରେ କୌଣସି ଭୂତ ନୁହେଁ, ବରଂ ଲୋକ ରୁହନ୍ତି। କିନ୍ତୁ ଏହି ଘରର ଡିଜାଇନ ଏପରି କରାଯାଇଛି ଯେ, ଯାହାକୁ ଏପରି ଘୋଷ୍ଟ ହାଉସ ନାମ ଦିଆଯାଇଛି। ଏହି ଘରେ ସୁଇମିଂ ପୁଲ ଠାରୁ ଆରମ୍ଭ କରି ହାଇଟେକ କିଚେନ ମଧ୍ୟ ରହିଛି। ଏହି ଘୋଷ୍ଟ ହାଉସକୁ ଭୂମି ସହିତ ଏମ୍ବିଡେଡ କରାଯାଇଛି, ଏହା କେବଳ ସଡକରୁ ଆଂଶିକାଭବେ ଦେଖାଦେଉଛି।

gg

ଏହି ଘର ତିଆରି କରିବା ପାଇଁ ଷ୍ଟିଲ ଲବଂ କାଚକୁ ବ୍ୟବହାର କରାଯାଇଛି। ଘଣକୁ ଏପରି ତିଆରି କରାଯାଇଛି ଯେ, ଘରର ଉପର ମହଲା ପାଣିରେ ଭାସୁଥିବା ଭଳି ଦେଖାଯାଏ। ପ୍ରଥମ ଥର ଯିଏବି ଏହି ଘରକୁ ଦେଖି ବୁଝିବା କିମ୍ବା ଜାଣିବା କଷ୍ଟକର ହୋଇପଡିବ। ଏହି ଘରକୁ ପ୍ରବେଶ କରିବାକୁ ହେଲେ ପ୍ରଥମେ ଏକ ବୁଡିଥିବା ପ୍ରାଙ୍ଗଣରେ ପ୍ରବେଶ କରିବା ପରେ ସୁଇମିଂ ପୁଲ ପାର କରିବାକୁ ପଡିବ। ତା’ ପରେ ଗ୍ଲାସ ଏବଂ ଷ୍ଟିଲରେ ନିର୍ମିତ କାଚ ରାସ୍ତାରେ ଘରକୁ ଯିବାକୁ ହେବ। ଘରକୁ ସଂପୂର୍ଣ୍ଣ କ୍ରିଷ୍ଟାଲ ଶୈଳୀରେ ନିର୍ମିତ କରାଯାଇଛି।

house

 

ଏହି ଘରକୁ ଷ୍ଟିଭ ସ୍ମିଥ ନିର୍ମାଣ କରିଛନ୍ତି। ସବୁବେଳେ ଷ୍ଟିଭ କିଛି ସ୍ୱତନ୍ତ୍ର କରିବାକୁ ଚାହୁଁଥିଲେ। ବହୁତ ଚିନ୍ତା କରିବା ପରେ ଏପରି ଭୂତ ଘର ତିଆରି କରିଥିଲେ। ସ୍ମିଥ ଏହି ଘରର ଜାଗାକୁ ୨୦୦୩ରେ କିଣିଥିଲେ। ଏହି ଘରର ଦାମ ଏବେ ୨୪ କୋଟି ଟଙ୍କାରୁ ଅଧିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.