ମୌସୁମୀ ଦୁର୍ବଳ, ୩ରୁ ୪ ଦିନ ଭିତରେ ପୁଣି ହେବ ସକ୍ରିୟ

ଭୁବନେଶ୍ବର: ଜୁନ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଛୁଇଁଲା ମୌସୁମୀ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଜୁନରୁ ଏଯାଏ ୧୩ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଛି । ଗଜପତି ଜିଲ୍ଲାରେ ସ୍ୱାଭାବିକ ଠାରୁ ୬୦ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱରରେ –୪୦ ପ୍ରତିଶତ, ରାୟଗଡ଼ା–୩୯ ପ୍ରତିଶତ, କନ୍ଧମାଳ–୩୫ ପ୍ରତିଶତ, ମୟୂରଭଞ୍ଜ–୩୨ ପ୍ରତିଶତ, କେନ୍ଦୁଝର–୩୩ ପ୍ରତିଶତ, ସୁନ୍ଦରଗଡ଼ –୨୫ ପ୍ରତିଶତ କମ ବର୍ଷା ହୋଇଛି । ଅନ୍ୟ ୧୭ଟି ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକ ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ କହିଛନ୍ତି ।

ରାଜ୍ୟରେ ଏବେ ମୌସୁମୀ ବାୟୁ ଦୁର୍ବଳ ରହିଥିବାରୁ ବର୍ଷାର ପରିମାଣ କମ ରହିଛି । ଆଗାମୀ ସପ୍ତାହରେ ପୁଣି ମୌସୁମୀ ବାୟୁ ସକ୍ରିୟ ହେବାର ସମ୍ଭାବନା ରହିଛି । ଫଳରେ ଆଗାମୀ ଦିନରେ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରାଯାଇଛି ।ବର୍ଷା ଅଭାବରୁ ୧୩ ଜିଲ୍ଲାରେ ଚାଷ କାମ ପ୍ରଭାବିତ ରହିବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.