ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଅଧରପଣା ନୀତି ସମ୍ପନ୍ନ

ପୁରୀ (କେନ୍ୟୁଜ୍) : ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଅଧରପଣା ନୀତି ସମ୍ପନ୍ନ ହୋଇଛି । ରଥ ଉପରେ ମହାପ୍ରଭୁଙ୍କ ଅଧର ଉଚ୍ଚର ୩ଟି ଲେଖାଏ ହାଣ୍ଡିରେ ଅଧରପଣା ଭୋଗ ଲାଗି ହୋଇଛି । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କଠାରେ ଅଧରପଣା ହାଣ୍ଡି ଭଙ୍ଗାଯାଇଛି । ପରେ ସୁଭଦ୍ରା ଏବଂ ଶେଷରେ କାଳିଆ ଠାକୁରଙ୍କଠାରେ ଅଧରପଣା ଲାଗି ହୋଇଥିଲା । ଏହି ପଣା ଭୋଗର ଏକ ସ୍ୱତନ୍ତ୍ରତା ରହିଛି । ବିଶ୍ୱାସ ରହିଛି, ରଥଯାତ୍ରାରେ ଯାଇଥିବା ପାର୍ଶ୍ୱ ଦେବଦେବୀ, ଅଶରୀରୀମାନେ ଏହି ପଣା ପାଇ ତୃପ୍ତ ହୁଅନ୍ତି । ସୂପକାର ସେବାୟତମାନେ ସିଂହଦ୍ୱାର ନିକଟସ୍ଥ ବଡ଼ଛାଉଣୀ ମଠ କୂଅରୁ ଜଳ ନେଇ ସେଥିରେ କ୍ଷୀର, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ପଣା ପ୍ରସ୍ତୁତ କରିଥିଲେ ।

Adhara Panaପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନିରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଏହାକୁ ଭଙ୍ଗାଯାଇଥିଲା । ଏହି ପଣା ରଥଯାତ୍ରାରେ ଯାଇଥିବା ସମସ୍ତ ପାର୍ଶ୍ୱ ଦେବଦେବୀଙ୍କ ସମେତ ଭୋଗ ପାଇବା ପାଇଁ ଯାଇଥିବା ଚଣ୍ଡୀ, ଚାମୁଣ୍ଡାଙ୍କୁ ଉତ୍ସର୍ଗ କରାଯାଇଥାଏ । ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.