ଭୁବନେଶ୍ୱର ଉପକଣ୍ଠରୁ ୧କୋଟିରୁ ଅଧିକ ଟଙ୍କାର‌ ବ୍ରାଉନ୍‌ ସୁଗର ଜବତ କରିଛି ଏସଟିଏଫ, ଜଣେ ବେପାରୀ ଗିରଫ

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ଉପକଣ୍ଠରୁ ୧ କେଜି ୧୭୦ ଗ୍ରାମ୍‌ ବ୍ରାଉନ୍‌ ସୁଗର ଜବତ କରିଛି ଏସଟିଏଫ । ଏହାର ଆନୁମାନିକ ମୂଲ୍ୟ ୧ କୋଟି ୧ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଜଣେ ବେପାରୀକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଉଛି ଜଳେଶ୍ୱରର ଶେଖ ହସିନ ବକ୍ସ । ତା ଘର ବାଲେଶ୍ୱର ଜଳେଶ୍ୱର ଞ୍ଚଳରେ । ସେ ଭୁବନେଶ୍ୱର ଆଣି ବ୍ୟବସାୟ କରେ । ଚଳିତବର୍ଷ ୨୨ କେଜି ୧୬୮ ଗ୍ରାମ ବ୍ରାଉନସୁଗର ଏସଟିଏଫ ଜବତ କରିଛି । ୨୪ଟି ଘଟଣାରେ ୪୪ ଜଣଙ୍କୁ ଗିରଫ ହୋଇଛନ୍ତି । ଚଳିତବର୍ଷ ରାଜ୍ୟରେ ୩୦ କେଜି ବ୍ରାଉନସୁଗର ଧରା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.