ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ ଖେଳ ବିଗାଡିବାକୁ ଚେଷ୍ଟା କରିବ ମୁମ୍ବାଇ

ଆଜି ଆଇପିଏଲର ୫୧ତମ ଲିଗ୍ ମୁକାବିଲାରେ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ପ୍ଲେ-ଅଫ୍ ସ୍ଥାନ ପକ୍କା କରି ସାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଧିପତ୍ୟ ବିସ୍ତାର ଲକ୍ଷ୍ୟ ନେଇ ଖେଳିବ। ଅନ୍ୟ ପଟରେ ଦିଲ୍ଲୀ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ। ଦଳ ୧୨ମ୍ୟାଚ୍ରୁ ୧୪ପଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନରେ ରହିଛି। ଲିଗ୍ ପର‌୍ୟ୍ୟାୟରେ ଦଳର ଆଉ ମାତ୍ର ୨ଟି ମ୍ୟାଚ୍ ବାକି ଅଛି। ପ୍ଲେ-ଅଫ୍ ସ୍ଥାନ ପାଇଁ ଦଳ ଆଉ ଏକ ବିଜୟ ଆବଶ୍ୟକ କରୁଛି। ତେଣୁ ଆଜିର ମ୍ୟାଚ୍ ଜରିଆରେ ଦିଲ୍ଲୀ ପ୍ଲେ-ଅଫ୍ ସ୍ଥାନ ପକ୍କା କରିବାକୁ ସବୁ ଶକ୍ତି ଖଟାଇବ। ମ୍ୟାଚ୍ ଅପରାହ୍ଣ ୩.୩୦ରେ ଆରମ୍ଭ ହେବ ।

ଦିଲ୍ଲୀ ଦଳ ଶେଷ ୩ଟି ଲିଗ୍ ମୁକାବିଲାରେ ଯଥାକ୍ରମେ କିଙ୍ଗ୍ସ ଏକାଦଶ ପଞ୍ଜାବ, କୋଲକାତା ନାଇଟ୍ ରାଇଡର୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ନିକଟରୁ ପରାଜିତ ହୋଇଥିଲା। ଶେଷ ୨ଟି ମୁକାବିଲାରେ ଦଳ ମୁମ୍ବାଇ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ମୁମ୍ବାଇ ଓ ରୟାଲ୍ ଚ୍ୟାଲେଞ୍ଜର୍ସକୁ ହରାଇବା ସେତେଟା ସହଜ ହେବନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.