ବାଲିଯାତ୍ରା ହଜିଗଲେ ୨୦୦ରୁ ଅଧିକ ଶିଶୁ ଓ ୫୦୦ରୁ ଅଧିକ ବରିଷ୍ଠ ନାଗରିକ, ଖୋଜି ଆଣିଦେଲା ପୋଲିସ

କଟକ(କେନ୍ୟୁଜ୍):  ବାଲିଯାତ୍ରା ଭିଡ଼ରେ ହଜିଗଲେ ୭ଶହ। ୯ଦିନର ଯାତ୍ରାରେ ହଜିଛନ୍ତି ୨ଶହରୁ ଅଧିକ ଶିଶୁ ଓ ୫ଶହରୁ ଅଧିକ ବରିଷ୍ଠ ନାଗରିକ। ତେବେ ନିଖୋଜଙ୍କୁ ଖୋଜି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି କମିସନରେଟ ପୋଲିସ। ପ୍ରବଳ ଜନଗହଳି ଯୋଗୁ ରବିବାର ସର୍ବାଧିକ ୪୬ଜଣ ଶିଶୁ ହଜିଥିବା ଜଣାପଡ଼ିଛି।

ଏମାନଙ୍କୁ ଖୋଜି ପରିବାର ଲୋକଙ୍କୁ ହସ୍ତାନ୍ତର କରିବାରେ ପୋଲିସ ନିୟନ୍ତ୍ରଣ କକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ନିଖୋଜ ଶିଶୁଙ୍କୁ ଖୋଜିବାରେ ମହିଳା ପୋଲିସ କର୍ମଚାରୀ ଦାୟିତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ତେବେ ବାଲିଯାତ୍ରାରେ କୌଣସି ବଡ଼ ଅପରାଧ ନଜରକୁ ଆସିନଥିବା କହିଛନ୍ତି କଟକ ଡିସିପି ପିନାକ ମିଶ୍ର।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.