ପେଟର ଭୋକ ଆଉ ଭିଟାମାଟିକୁ ଫେରିବାର ମୋହ: ରେଳଧାରଣାରେ ଚାଲିଚାଲି ପଶ୍ଚିମବଙ୍ଗ ଅଭିମୁଖେ ଗଲେ ୫୦ରୁ ଅଧିକ ଶ୍ରମିକ

ପେଟର ଭୋକ ଆଉ ଭିଟାମାଟିକୁ ଫେରିବାର ମୋହ ଏସବୁ କରିବାକୁ ବାଧ୍ଯ କରୁଛି । ପଶ୍ଚିମବଙ୍ଗ ବେଲଦା ଅଞ୍ଚଳର ୫୦ରୁ ଅଧିକ ଶ୍ରମିକ କପିଳାସ ରୋଡ ଷ୍ଟେସନରେ କାମ କରୁଥିଲେ। ଲକଡାଉନ ହେବା ପରେ କାମବନ୍ଦ ହୋଇଗଲା। ଏହା ସହ ଠିକାଦାର ମଧ୍ୟ ମଜୁରୀ ଦେଲା ନାହିଁ। ଫଳରେ  ବାଧ୍ୟହୋଇ ରେଳ ଧାରଣାରେ ଚାଲିଚାଲି ସେମାନେ ପଶ୍ଚିମବଙ୍ଗକୁ ଫେରିଯାଉଛନ୍ତି।

ଜାତୀୟ ରାଜପଥରେ ଗଲେ ପୋଲିସ ଅଟକାଇବାର ଆଶଙ୍କା ଥିବାରୁ ଏମାନେ ରେଳ ଧାରଣାରେ ଚାଲି ଚାଲି ଯାଉଛନ୍ତି। ଯେଉଁଠି ସଂଧ୍ୟା ହେଉଛି ସେଠାରେ ସେମାନେ ଅଟକି ବିଶ୍ରାମ ନେଉଛନ୍ତି। ବାଟରେ କିଛି ଲୋକ ସେମାନଙ୍କୁ ଖାଦ୍ୟ ସହ ଅନ୍ୟାନ୍ୟ ସହାୟତା ଦେଉଥିବା ସେମାନେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.