Below header

ଆଜି ବୁଦ୍ଧ ପୂର୍ଣ୍ଣିମାରେ କରୋନା ଯୋଦ୍ଧାଙ୍କୁ ମିଳିବ ସମ୍ମାନ, କାର୍ଯ୍ୟକ୍ରମରେ ଭାଗ ନେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବୁଦ୍ଧ ପୂର୍ଣ୍ଣିମାରେ ଭିଡିଓ କନଫ୍ରେସିଙ୍ଗ ଜରିଆରେ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି କାର୍ଯ୍ୟକ୍ରମ କରୋନା ଭାଇରସରେ ପୀଡିତ ଏବଂ କରୋନା ଯୋଦ୍ଧାଙ୍କ ସମ୍ମାନରେ ଆୟୋଜିତ କରାଯାଉଛି। ବିଶ୍ୱରେ କରୋନା ମହାମାରୀର ପ୍ରଭାବ କାରଣରୁ ଚଳିତ ବର୍ଷ ବୁଦ୍ଧ ପୂର୍ଣ୍ଣିମା ଯଥାର୍ଥରେ ପାଳନ କରାଯିବ। ସୂଚନା ମୁତାବକ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଏଭଳି ପାଳନ କରାଯିବା ପାଇଁ ଆୟୋଜନ କରାଯାଇଛି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନ ମନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଦ୍ଧ ପୂର୍ଣ୍ଣିମା ସମାରୋହରେ ଭାଗ ନେବେ। ଅନ୍ତରାଷ୍ଟ୍ରିୟ ବୌଦ୍ଧ ମହାସଂଘ (ଆଇବିସି) ର ସହଯୋଗରେ ସଂସ୍କ୍‌ୃତି ମନ୍ତ୍ରାଳୟ ବିଶ୍ୱର ବୌଦ୍ଧ ସଂଘର ସବୋର୍ଚ୍ଚ ପ୍ରମୁଖ ଅଂଶ ଗ୍ରହଣ କରିବା ସହ ଏକ ପ୍ରାର୍ଥନା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରିପୋର୍ଟ ଅନୁଯାୟୀ ଏହି ଆୟୋଜନରେ ପ୍ରଧାନ ମନ୍ତ୍ରୀଙ୍କ ସହ ସଂସ୍କ୍‌ୃତି ଏବଂ ପର୍ଯ୍ୟଟନ ବନ୍ତ୍ରୀ ଅଂଶଗ୍ରହଣ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.