ଆସିଲା ନୂଆ ୨୦ କରୋନା ସଂକ୍ରମିତଙ୍କ ତଥ୍ୟ, ଥରେ ନଜର ପକାନ୍ତୁ ଏହି ରିପୋର୍ଟ ଉପରେ

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୨୦ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦୫କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବ ସାଇଟ୍ରେ ଏନେଇ ସୂଚନା ଦିଆଯାଇଛି। କେବଳ ଗଞ୍ଜାମ ଜିଲ୍ଲାରେ ୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ୍ଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଆଉ ୩ଜଣ ସଂକ୍ରମିତ ମୟୁରଭଞ୍ଜର।
ତେବେ ଗଞ୍ଜାମ ଜିଲ୍ଲାର ୧୭ଜଣ ଆକ୍ରାନ୍ତଙ୍କ ଭିତରୁ ୧୮ରୁ ୫୦ ବର୍ଷ ଭିତରେ ୧୬ଜଣ ପୁରୁଷ ଏବଂ ଜଣେ ୨୦ ବର୍ଷର ଯୁବତୀ ଅଛନ୍ତି । ଅପରପକ୍ଷେ ମୟୁରଭଞ୍ଜ ଜିଲ୍ଲାର ୩ଜଣ ଆକ୍ରାନ୍ତ ପୁରୁଷ ଥିବାବେଳେ ସେମାନଙ୍କ ବୟସ ଯାଥାକ୍ରମେ ୨୧,୩୬ ଏବଂ ୪୪ ବର୍ଷ । ଏମାନେ ସବୁ ସୁରତ ଫେରାନ୍ତା ହୋଇଥିବାବେଳେ କ୍ବାରେଣ୍ଟାଇନରେ ରହିଥିଲେ ।
First Health Update, 7th May
17 New positives in Ganjam
All male, Age: 27, 27, 20, 38, 23, 29, 50, 30, 29, 21, 43, 43, 39, 46, 18, 24 & One Female, 20 yrs
3 Positive cases in Mayurbhanj
All Male, Age: 21, 36 & 44(Surat returnees. In quarantine)
Total Positive Case: 205
— I & PR Department, Odisha (@IPR_Odisha) May 7, 2020