Below header

ନିଶାସକ୍ତ ଅବସ୍ଥାରେ ଯୁବକ ଘଟାଇଲେ ଉନ୍ମତ୍ତ କାଣ୍ଡ, ଦାନ୍ତରେ ଟିକ ଟିକ କରି କାଟିଦେଲେ ସାପକୁ

ଦେଶରେ ଜାରି ହୋଇଥିବା ଲକ ଡାଉନର ତୃତୀୟ ଭାଗରେ ସାଧାରଣ ଲୋକଙ୍କ ପାଇଁ ନିୟମ କିଛିଟା କୋହଳ କରାଯାଇଛି । ଏହି କାରଣରୁ ଅନେକ ରାଜ୍ୟରେ ମଦ ଦୋକାନ ଗୁଡିକୁ ମଧ୍ୟ ଖୋଲି ଦିଆଯାଇଛି । ଖୋଲାଯିବା ପର ଠାରୁ ଦେଶର ବିଭିନ୍ନ ମଦ ଦୋକାନ ସାମ୍ନାରେ ଲୋକଙ୍କ ଲମ୍ବା ଲାଇନ ଲାଗୁଥିବା ମଧ୍ୟ ଦେଖିବାକୁ ପଡୁଛି । ଏହି ଭିତରେ କର୍ଣ୍ଣାଟକର କୋଲାର ଜିଲ୍ଲାରେ ଘଟିଥିବା ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ମିସ୍ତୋରି ଗାଁର ଜଣେ ଲୋକ ନିଶାସକ୍ତ ଅବସ୍ଥାରେ ନିଜ ରାଗକୁ ଏକ ସାପ ଉପରେ ଶୁଝେଇଛନ୍ତି ।

man

ଆଉ ବାଇକରେ ଯାଉଥିବା ମଦୁଆ ବ୍ୟକ୍ତି ଜଣଙ୍କ ସାପ ଉପରେ ଚିଲେଇ ଚିଲେଇ କହୁଛନ୍ତିକି, ତୋର ସାହସ କେମିତି ହେଲା ମୋ ରାସ୍ତା ଅଟକାଇବାକୁ । ଏହା ପରେ ମଦୁଆ ବ୍ୟକ୍ତି ଜଣଙ୍କ ନିଜ ଦାନ୍ତରେ ସାପ ଟିକୁ କାଟି ଖଣ୍ଡ ଖଣ୍ଡ ମଧ୍ୟ କରିଦେଇଛନ୍ତି । କହି ରଖିବା ଉଚିତ ହେବକି, ବ୍ୟକ୍ତି ଜଣଙ୍କ ବାଇକ ଯୋଗେ ଯାଉଥିଲେ । ସେହି ରାସ୍ତାରେ ଏକ ସାପ ରାସ୍ତା କାଟିବାରୁ ବାଧ୍ୟ ହୋଇ ବ୍ୟକ୍ତି ଜଣଙ୍କୁ ଅଧା ରାସ୍ତାରେ ଅଟକି ବାକୁ ପଡିଥିଲା । ଏହି ଘଟଣାରେ ବ୍ୟକ୍ତି ଜଣଙ୍କ ଉତ୍ୟକ୍ତ ହୋଇ ସାପ ଉପରେ ହିଁ ନିଜର ସମସ୍ତ ରାଗ ଶୁଝେଇ ଦେଇଥିଲେ ।

ସୂଚନା ମୁତାବକ ଲକ ଡାଉନରେ ମଦ ଦୋକାନ ସବୁ ବନ୍ଦ ହୋଇଥିବା କାରଣରୁ ବ୍ୟକ୍ତି ଜଣଙ୍କ ଆଦୌ ମଦ ପିଇ ପାରିନଥିଲେ । କିଛି ଦିନର ବ୍ୟବଧାନ ପରେ ପୁଣି ପିଇ ସମ୍ପୂର୍ଣ୍ଣ ନିଶାସକ୍ତ ହୋଇ ଏପରି କାଣ୍ଡ କରି ବସିଥିଲେ । ପରେ ଜଣା ପଡିଥିଲାକି, ସେହି ସାପଟି ବିଷାକ୍ତ ସାପ ନଥିଲା । ଫଳରେ ଲୋକ ଟିର ଜୀବନ ଅଳ୍ପକେ ବର୍ତ୍ତୀ ଯାଇଥିଲା । ଏଠାରେ କହିରଖିବା ଉଚିତ ହେବକି, ମେ ୪ ତାରିଖ ଦିନ କେବଳ କର୍ଣ୍ଣାଟକରେ ହିଁ ପାଖାପାଖି 45 କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.