କୁମ୍ଭାର ପରିବାର ମୁଣ୍ଡରେ କରୋନା ଚଡକ, ଏବେ ଜୀବନ ସହିତ ଜରୁରୀ ହୋଇପଡିଛି ଜୀବିକା

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାରେ ଥିବା କୁମ୍ଭାର ଶାଳ ଉପରେ, ମାଟି ହାଣ୍ଡି, ମାଠିଆ, ସୁରେଇ ଓ ବିଭିନ୍ନ ପ୍ରକାରର ମାଟି ତିଆରି ଜିନିଷ ବନେଇ ବିକୁଥିବା କୁମ୍ଭାର ପରିବାର ମୁଣ୍ଡରେ ଏବେ କରୋନା ଚଡକ। ପ୍ରଥମ ପର୍ଯ୍ୟାୟ ରେ ୨୧ ଦିନ ଲକଡାଉନ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟୟ ରେ ୧୯ ଦିନ ଲକଡାଉନ ଏବଂ ଏବେ ତୃତୀୟ ପର୍ଯ୍ୟୟ ରେ ଦୁଇ ସପ୍ତାହ । ୩.୦ ଲକ ଡାଉନ ପ୍ରଭାବରେ ଏବେ ସମସ୍ତଙ୍କ ଜୀବନ ଯାତ୍ରା ଉପରେ ପ୍ରଭାବ ପଡିଛି।

matiହାଣ୍ଡି ଉପରେ ହାଣ୍ଡି ଥାକ ହୋଇରାଖାଯାଇଛି ହେଲେ ଗ୍ରାହାକ ନାହାନ୍ତି । ଖରା ଦିନେ ବିକ୍ରି ପାଇଁ ରଖାଯାଇଥିବା ବଡ ବଡ ହାଣ୍ଡି ଏବେ ଘରେ ଗଡୁଛି । ପ୍ରଚଣ୍ଡ ତାତି ଯୋଗୁଁ ତଣ୍ଟି ଶୁଖି ଯାଉଥିବା ବେଳେ ଗୋଟିଏ ଗ୍ଲାସ ପାଣି ଯେପରି ସମସ୍ତଙ୍କ ଜୀବନ ଫେରେଇ ଦେଉଛି । ଆଉ ଏହି ମାଠିଆର ଚାହିଦା ଗ୍ରୀଷ୍ମ ଦିନରେ ହି ଜଣାପଡେ । ସହରୀ ସଭ୍ୟତା ଭିତରେ ବହୁ ଲୋକ ଆଜି ବି ମାଠିଆର ପାଣି କୁ ଗ୍ରୀଷ୍ମ ଦିନରେ ବ୍ୟବହାର କରନ୍ତି । ଯଦିଓ ଆଧୁନିକ ଯୁଗରେ ଫ୍ରିଜ ପୁରଣ କରିଦେଉଛି । ମାତ୍ର ମାଠିଆ ପାଣିର ସ୍ୱାଦ ଏକ ନିଆରା ସ୍ଥାନ ରହିଛି ।

potଅନ୍ୟପକ୍ଷରେ କୋରନା ପାଇଁ ସରକାର ବ୍ରତ ଘର ,ବିବାହ ଘର,ଅଷ୍ଟପ୍ରହରୀ ସମସ୍ତ ପ୍ରକାର ପର୍ବପର୍ବାଣି ବନ୍ଦ କରିଛନ୍ତି । ଯାହାର ପ୍ରଭାବ ସିଧାସଲଖ ପଡିଛି କୁମ୍ଭାର ଶାଳା ଉପରେ। ଯଦିଓ ମାଟି ତିଆରି ଜିନିଷ ବିକିବା ପାଇଁ କୌଣସି ଉପ୍‌ଯୁକ୍ତ ବଜାର ନାହିଁ । ତଥାପି ରାସ୍ତା କଡରେ ଗଛ ମୂଳେ କୁମ୍ଭାର ନିଜ ନିର୍ମିତ ଜିନିଷ ଆଣି ବିକ୍ରି କରିଥାଏ । ଆଉ ଏଥିରେ କୁମ୍ଭାର ପରିବାର ବେଶ କିଛି ମାସ ଚଳେ । ମାତ୍ର ଚଳିତ ବର୍ଷ ତାଲାବନ୍ଦ ର କଟକଣା ଯୋଗୁଁ କୁମ୍ବାର ଏହି ମାଠିଆ ବିକ୍ରି କରିପାରୁନାହାନ୍ତି । ତେବେ ଏବେ ଜୀବନ ଜରୁରୀ ହେବା ସହିତ ଜୀବିକା ମଧ୍ୟ ଜରୁରୀ ପଡିଛି । ଦୀର୍ଘ ଦିନ ଲକ ଡାଉନ ଯୋଗୁଁ ନିଜ ବୃତ୍ତିରୁ ବଂଚିତ ରହି ପରିବାର ଭରଣ ପୋଷଣ କିପରି କରିବେ ତାହା ଏହି ଏକ ପ୍ରଶ୍ନବାଚି ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.