ଭୁବନେଶ୍ବରରୁ ମୋଷ୍ଟ ୱାଣ୍ଟେଡ ଶିବା ଗିରଫ: ୩ଟା ଥାନାରେ ଥିଲା ୧୫ ମାମଲା

ଭୁବନେଶ୍ବର(କେନ୍ୟୁଜ୍):  ମୋଷ୍ଟ ୱାଣ୍ଟେଡ ଶିବା ଗିରଫ। ରାଜଧାନୀରେ ଚେନ ଝମ୍ପା ଗ୍ୟାଙ୍ଗକୁ ଧରିଲା ଖଣ୍ଡଗିରି ଥାନା ପୁଲିସ। ବାପାଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବ କହି ପାରୋଲୋରେ ଝାରପଡା ଜେଲରୁ ଗତ ଅଗଷ୍ଟ ମାସରେ ଆସିଥିଲା ଶିବା । ସେବେଠୁ ପାରୋଲୋରେ ଆସି ୫ ଜଣଙ୍କ ଚେନ ଛଡାଇ ଫେରାର ଥିଲା ଶିବା। ମହିଳା ଓ ଯୁବତୀଙ୍କୁ କରୁଥିଲେ ସଫ୍ଟଟାର୍ଗେଟ।  ଶିବା ନାଁରେ କେବଳ ଭୁବନେଶ୍ୱରର କ୍ୟାପିଟାଲ, ଖଣ୍ଡଗିରି, ଏୟାରପୋର୍ଟ ଓ ଏୟାରଫିଲଡ ଥାନାରେ ରହିଛି ୧୫ ମାମଲା ।

ଅଭିଯୁକ୍ତ ହେଉଛନ୍ତି ଝରଣା ବସ୍ତି ଭୁବନେଶ୍ୱରର ଶିବ ଓରଫ ମଦନ ମୋହନ ମହାରଣା ଓ ପୁରୀର ମୁନା ଓରଫ ଅଶୋକ କୁମାର ମିଶ୍ର। ସିସିଟିଭି ଫୁଟେଜ ଆଧାରରେ ଧରା ହେଲା ଅଭିଯୁକ୍ତ।  ଅଭିଯୁକ୍ତ ନିକଟରୁ ୪ଟି ସୁନା ଚେନ, କାନ ଫୁଲ, ମୋବାଇଲ ଓ ପଲସର ଜବତ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.