ସାଧୁ ବେଶରେ ଆସି ଟିଡିପି ନେତାଙ୍କୁ କଟୁରୀରେ ହାଣିଲା ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ପୁରା ଦୃଶ୍ୟ

ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି(ଟିଡିପି)ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶେଷାଗିରି ରାଓଙ୍କ ଉପରକୁ ମରଣାନ୍ତ ଆକ୍ରମଣ ହୋଇଛି। ଯାହାର ସିସିଟିଭ ଫୁଟେଜ ସାମ୍ନାକୁ ଆସିଛି। ଏହି ଆକ୍ରମଣ ଘର ବାହାରେ ହୋଇଛି। ସିସିଟିଭି ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ଆକ୍ରମଣକାରୀ ସାଧୁ ବେଶରେ ଆସି ଦାନ ମାଗିବା ସମୟରେ ଆକ୍ରମଣ କରିଥିଲା। ଯେତେବେଳେ ଶେଷାଗିରି ଦାନ ଦେଇଥିଲେ ସେତେବେଳେ ଦୁର୍ବୃତ୍ତ ଜଣକ ଖଣ୍ଡାରେ ଆକ୍ରମଣ କରିଥିଲା । ଆକ୍ରମଣ କରିବା ପରେ ଦୁର୍ବୃତ୍ତ ଫେରାର ହୋଇଯାଇଥିଲା। ଆଉ ଏହି ଆକ୍ରମଣରେ ଶେଷାଗିରି ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ। ଫଳରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଶେଷାଗିରି ଗୁରୁତର ଆହତ ହୋଇ କାକୀନାଡାର ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ମୁଣ୍ଡ ଏବଂ ହାତରେ ଗମ୍ଭୀର ଆଘାତ ଲାଗିଛି। ଡାକ୍ତର ତାଙ୍କର ଚିକିତ୍ସା କରୁଚନ୍ତି। ଆଜି ସକାଳ ୬.୩୦ ମିନିଟରେ ଏହି ଆକ୍ରମଣ ହୋଇଛି।

ତେବେ ପୋଲିସ ସିସିଟିଭି ଆଧାରରେ ଆକ୍ରମଣକାରୀକୁ ଧରିବା ପାଇଁ ପ୍ରୟାସ କରୁଛି। ପୋଲିସ ମାମଲାର ଯାଞ୍ଚ କରୁଛି। ଏହାକୁ ନେଇ ଥାନାରେ କେସ୍‌ ମଧ୍ୟ ଦାଏର ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଦୁର୍ବୃତ୍ତ ଜଣକ ଆକ୍ରମଣ କରିବା ପରେ ବାଇକ ଯୋଗେ ଫେରାର ହୋଇଯାଇଛି ।ତେବେ ଆକ୍ରମଣକାରୀକୁ ଧରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.