ଶୋଇଥିବା ବେଳେ କାମୁଡିଲା ବିଷାକ୍ତ ସାପ, ମା’ ଝିଅ ମୃତ

ଶୋଇଥିବା ବେଳେ କାମୁଡିଲା ବିଷାକ୍ତ ସାପ, ମାଆ ଓ ଶିଶୁକନ୍ୟା ମୃତ । କେନ୍ଦୁଝର ଜିଲ୍ଲାର ନୟାକୋଟ ଥାନା ଅନ୍ତର୍ଗତ ମୁଁରୁସଁଆ ରୁଗୁଡି ସାହିରେ ଗତକାଲି ରାତିରେ ଖାଇ ପିଇ ଶୋଇଥିବାବେଳେ ସୁଖମନି ମୁଣ୍ଡା ଏବଂ ତାଙ୍କର ୨ ବର୍ଷ ର ଶିଶୁ କନ୍ୟାକୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା।

କେନ୍ଦୁଝର (କେନ୍ୟୁଜ): ସାପ କାମୁଡ଼ାରେ ଗଲା ମାଆ ଝିଅଙ୍କ ଜୀବନ । ଶୋଇଥିବା ବେଳେ କାମୁଡିଲା ବିଷାକ୍ତ ସାପ, ମାଆ ଓ ଶିଶୁକନ୍ୟା ମୃତ । କେନ୍ଦୁଝର ଜିଲ୍ଲାର ନୟାକୋଟ ଥାନା ଅନ୍ତର୍ଗତ ମୁଁରୁସଁଆ ରୁଗୁଡି ସାହିରେ ଗତକାଲି ରାତିରେ ଖାଇ ପିଇ ଶୋଇଥିବାବେଳେ ସୁଖମନି ମୁଣ୍ଡା ଏବଂ ତାଙ୍କର ୨ ବର୍ଷ ର ଶିଶୁ କନ୍ୟାକୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ସକାଳୁ ସକାଳୁ ମାଆ ଓ ଶିଶୁକନ୍ୟା ଅସୁସ୍ଥ ହୋଇପଡ଼ିଥିଲେ ।

କିଛି ସମୟ ମଧ୍ୟରେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା ଏବଂ ଗୁରୁତର ଅବସ୍ଥାରେ ସୁଖମନିଙ୍କୁ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଙ୍କୁ ଅଣାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ମୁରୁସୁଆଁ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି। ଘଟଣା ସ୍ଥଳରେ ନୟାକୋଟ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.