କେନ୍ଦୁଝର: ମୁଁ ମଣିଷ ନୁହେଁ ଯେ ରାସ୍ତାକଡରେ ଛୁଆକୁ ଫୋପାଡି ଦେବି, ୫ ଦିନହେବ ଛୁଆ ମରିଯାଇଥିଲେ ମଧ୍ୟ ବିଶ୍ବାସ କରୁନାହିଁ ମା ମାଙ୍କଡ, ଦେଖନ୍ତୁ ଭିଡିଓ

ବାଂଶପାଳ(କେନ୍ୟୁଜ୍): ମମତା ଆଗରେ ସବୁ ତୁଚ୍ଛ। ସେ ପଶୁ ହେଉ କି ମଣିଷ ମାର ମମତା ଆଗରେ ସବୁ କିଛି ହାର ମାନିଯାଏ। ଯେମିତି ଏହି  ମା ମାଙ୍କଡର ମମତା ହାରିଯାଇ ନାହିଁ।  ସବୁ ଦିନ ପାଇଁ ଆଖି ବୁଝିଛି ମାଙ୍କଡ଼ ଛୁଆଟି । ହେଲେ ମାର ବିଶ୍ଵାସ ହେଉନି, ୫ ଦିନ ହେଲା କୋଳରେ ଧରି  କେନ୍ଦୁଝର ବାଂଶପାଳ ଅଞ୍ଚଳରେ ବୁଲୁଛି।   ଯିଏ କେହିବି ଏ ଦୃଶ୍ୟ ଦେଖୁଛି ଆଖି ଛଳ ଛଳ କରିପକାଉଛି । କେହି କେହି ବି କହିଛନ୍ତି ମଣିଷ ସିନା ରାସ୍ତା କଡ଼ ଅଳିଆ ଗଦାରେ ନିଜ ଜନ୍ମ କଲା ସନ୍ତାନ କୁ ଫପାଡି ଦେଇଛି। କିନ୍ତୁ ମାଙ୍କଡ଼ଟି ତା ମମତା ପଣିଆକୁ ମଣିଷ ଆଗରେ  ଜାହିର କରିଛି। ଆଉ ସତେ ଯେମିତି ଏଗଳି ସେଗଳି ବୁଲି କହି ବୁଲୁଛି  ‘‘ହେ ମଣିଷମାନେ କିଛି ତ ଶିଖ, ତୁମେ ମାନେ ସିନା ନିଜ ଜନ୍ମ କଲା ସନ୍ତାନକୁ ରାସ୍ତା କଡରେ  ଫେପାଡି ଦେଉଛ କିନ୍ତୁ ମୁଁ ମୋ ମଲା ଛୁଆକୁ ମଧ୍ୟ ରାସ୍ତା କଡରେ ଫୋପାଡି ପାରୁନି, ମମତା ମୋତେ ତାହା କରିବାକୁ ଦେଉନି। ’’

ବାଂଶପାଳ ବ୍ଲକ ସାହରପୁର ଗାଁରେ ୫ ଦିନ ହେଲା ଏହି ମାଙ୍କଡ଼ ତା କୋଳରେ ମୃତ ଶାବକକୁ ଧରି ବୁଲୁଛି ରାସ୍ତା ଉପରେ ଓ ଦୋକାନ ସାମ୍ନାରେ।  ଘୁରି ବୁଲୁଥିବା ମାଙ୍କଡ଼ ପାଖରୁ  ମୃତ ଶାବକକୁ ଛଡ଼ାଇବାପାଇଁ ଚେଷ୍ଟା କରିଥିଲେ ମଧ୍ୟ କେହି ତା କୋଳରୁ ମୃତ ଶାବକକୁ ଛଡ଼ାଇପାରୁ ନାହାନ୍ତି।  ଯେଉଁଠି  ବସୁଛି ଆଖିରୁ ଧାର ଧାର  ଲୁହ ଗଡାଉଛି ବୁଧବାର ମଧ୍ୟାହ୍ନରେ ବାଂଶପାଳ ବ୍ଲକ ନିକଟସ୍ଥ ରାସ୍ତା କଡରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି।  ଶୁଣିବାକୁ ମିଳୁଛି କୌଣସି ଗାଡି ଧକ୍କାରେ ମାଙ୍କଡ଼ ଛୁଆଟି ମରିଗଲା ପରେ ମା ମାଙ୍କଡ଼ ଟି ତା କୋଳରେ  ଧରି ବୁଲୁଛି।  ଦେଖଣାହାରୀ ଏଦୃଶ୍ୟ ଦେଖି ଭାବବିହ୍ବଳ ହୋଇପଡୁଥିବାବର ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.