ଆଜି ରାଜ୍ୟରେ ୧୦ ଜଣଙ୍କ ପ୍ରାଣ ନେଇଛି ମାରାତ୍ମକ କରୋନା ଭାଇରସ, ଗଞ୍ଜାମରେ ପାର ହେଲା ୧୦୦

ଆଜି ରାଜ୍ୟରେ କରୋନା ୧୦ ଜଣଙ୍କ ଜୀବନ ନେଇଛି ଜ୍ଝ ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୭କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ପଜିଟିଭ ଚିହ୍ନଟ ହେବା ପରେ ଏହି ମାନେ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହୋଇ ଆସୁଥିଲେ । ସୂଚନା ଅନୁଯାୟୀ ଆଜିକୁ ମିଶାଇ ଗଂଜାମରେ ୧୦୦ ପାର ହୋଇଛି ମୃତ୍ୟୁ ସଂଖ୍ୟା । ଆଜି ଗଂଜାମରୁ ୩୨୦ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି ।

୧. ଆଜି କରୋନାରେ ସୁନ୍ଦରଗଡ ଜିଲ୍ଲାର ଜଣେ ୭୩ ବର୍ଷୀୟ ବୃଦ୍ଧଙ୍କ ପ୍ରାଣ ଯାଇଛି ଜ୍ଝ ସୂଚନା ଅନୁଯାୟୀ ଏହି ବୃଦ୍ଧ ଜଣଙ୍କ ପୂର୍ବରୁ ଡାଇବେଟିସ, ହାଇପରଟେନସନ, ହୃଦ ରୋଗ, କ୍ରୋନିକ ଅବ୍ସ୍ଟ୍ରକ୍ଟିଭ ପଲମୋନାରୀ ରୋଗରେ ଆକ୍ରାନ୍ତ ଥିଲେ ।

୨. ଖୋର୍ଦ୍ଧା ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଛି । ପୂର୍ବରୁ ସେ ମଧୁମେହ ଓ ହାଇପରଟେନସନ ପରି ରୋଗରେ ଆକ୍ରାନ୍ତ ଥିଲେ ।

୩. ଗଂଜାମର ଜଣେ ୫୭ ବୟସ୍କ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି ।

୪. ଯେବେକି ରାଜଧାନୀ ଭୁବନେଶ୍ୱରର ଜଣେ ୭୮ ବର୍ଷ ବୟସ୍କ ବୃଦ୍ଧ ଆଜି ପ୍ରାଣ ହରାଇଛନ୍ତି । ଏହି ବ୍ୟକ୍ତି ଜଣଙ୍କ ପୂର୍ବରୁ ହାଇପାରଟେନସା ଓ ଡୈଲେଟେଡ କାର୍ଡିଓ ମରଫୋଲୋଜି ରୋଗରେ ଆକ୍ରାନ୍ତ ଥିଲେ ।

୫. ଯାଜପୁରର ଜଣେ ୮୦ ବର୍ଷୀୟ ବ୍ୟକ୍ତିଙ୍କର ମଧ୍ୟ କରୋନା ଆକ୍ରାନ୍ତ କାରଣରୁ ଜୀବନ ଯାଇଛି । ସେ ମଧ୍ୟ ଡାଇବେଟିସ ଓ ଉଚ୍ଚ ରକ୍ତଚାପ ପରି ରୋଗରେ ଆକ୍ରାନ୍ତ ଥିଲେ ।

୬.ସେପଟେ ସେହି ଗଂଜାମର ଜଣେ ୯୪ ବର୍ଷୀୟା ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି ଜ୍ଝ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହୋଇ ଆସୁଥିଲେ ।

୭. ଗଂଜାମର ଜଣେ ୪୫ ବର୍ଷୀୟ ବ୍ୟକ୍ତି ବି ପ୍ରାଣ ହରାଇଛନ୍ତି ।

୮. ଖୋର୍ଦ୍ଧାର ଜଣେ ୬୦ ବର୍ଷ ବର୍ଷୀୟା ମହିଳାଙ୍କର କରୋନା ଭାଇରସରେ ମୃତ୍ୟୁ ହୋଇଛି । ସେ ଆଗରୁ ହାଇପରଟେନସନ, ଡାଇବେଟିସ ସମେତ କିଡ୍ନୀ ରୋଗରେ ଆକ୍ରାନ୍ତ ଥିଲେ ।

୯. ଗଂଜାମର ଜଣେ ୫୭ ବର୍ଷୀୟ ମହିଳାଙ୍କର ବି ଆଜି ମୃତ୍ୟୁ ହୋଇଛି ।

୧୦. କଳାହାଣ୍ଡିର ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କର ବି ଆଜି ମୃତ୍ୟୁ ହୋଇଛି । ସେ ପୂର୍ବରୁ ଟ୍ୟୁବର କ୍ୟୁଲୋସିସ, ହେପଟାଇଟିସ ରୋଗରେ ଆକ୍ରାନ୍ତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.