Below header

ଘର ଭିତରୁ ମା’ପୁଅଙ୍କ ମୃତଦେହ ଉଦ୍ଧାର, ଖାଦ୍ୟରେ ବିଷ ଦେଇ ହତ୍ୟା ଉଦ୍ୟମ ନେଇ ସନ୍ଦେହ

ନବରଙ୍ଗପୁର: ଘର ଭିତରୁ ମା’ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ମୁର୍ତ୍ତୃମା ଗାଁର ଏକ ଘରୁ ଏହି ଦୁଇ ମୃତଦେହ ଉଦ୍ଧାର ହୋଇଛି। ମାଆ ଓ ପୁଅର ମୃତଦେହ ଗୋଟିଏ ଘରୁ ଠାବ କରାଯାଇଛି। ଗତ ରାତିରେ ପରିବାରର ସମସ୍ତେ ଖାଇସାରି ଶୋଇଥିବା ସମୟରେ ମଧ୍ୟରାତ୍ରୀରେ ପ୍ରଥମେ ପୁଅର ପେଟବ୍ୟଥା ହୋଇଥିଲା। ପ୍ରଥମେ ପୁଅର ଯାଇଥିବା ବେଳେ ପରେ ମାଆର ମୃତ୍ୟୁ ହୋଇଥିବା ନେଇ ଜଣାଯାଇଛି ।

ଗ୍ରାମବାସୀ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ମୃତ ମହିଳାଙ୍କ ପରିବାର ପକ୍ଷରୁ ଏକ ହତ୍ୟା ଅଭିଯୋଗ ଅଣାଯାଇଛି। କେହି ଜଣେ ଖାଦ୍ୟରେ ବିଷ ଦେଇ ଉଭୟ ମା’ ପୁଅଙ୍କୁ ଜୀବନରୁ ଶେଷ କରିବା ନେଇ ଉଦ୍ୟମ କରିଥିବା ନେଇ ସନ୍ଦେହ କରାଯାଉଛି । ଏନେଇ ଉମରକୋଟ ଥାନାରେ ଏତଲା ଦିଆଯାଇଛି। ଘଟଣାସ୍ଥଳରେ ଉମରକୋଟ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.